ବେଙ୍ଗାଲୁରୁ-ମାଙ୍ଗାଲୁରୁ ଜାତୀୟ ରାଜପଥରେ କାର୍‌ ଦୁର୍ଘଟଣା ଯୋଗୁଁ ୧୨ ମୃତ

ବାଲ୍ୟାଦକେରେ: ଶୁକବ୍ରାର ଦିନ ବେଙ୍ଗାଲୁରୁ-ମାଙ୍ଗାଲୁରୁ ଜାତୀୟ ରାଜପଥ ଅନ୍ତର୍ଗତ ବାଲ୍ୟାଦକେରେ ଗାଁରେ ସଡ଼କ ଦୁର୍ଘଟଣା ଯୋଗୁଁ ଗୋଟିଏ ବର୍ଷକର ବାଳକ ସମେତ ୧୨ଜଣଙ୍କର ମୃତ୍ୟୁ ଘଟିଛି। ଦୁଇଟି ଦ୍ରୁତଗାମୀ କାର୍‌ ପରସ୍ପର ସହ ଧକ୍କା ଖାଇ ଓଲଟି ପଡ଼ିବାରୁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କର୍ଣ୍ଣାଟକର ତୁମକୁର ଜିଲ୍ଲାର କୁନିଗଲ୍‌ ତାଲୁକ ଅନ୍ତର୍ଗତ ବାଲ୍ୟାଦକେରେ ଗାଁ ପାଖରେ ଦୁର୍ଘଟଣା ଘଟିଛି। ଚାରିଜଣ ଯାତ୍ରୀଙ୍କୁ ନେଇ ଗୋଟାଏ ବ୍ରିଜା କାର୍‌ ଧର୍ମସ୍ଥଳ ଅଭିମୁଖେ ଯାଉଥିଲା। ବିପରୀତ ପଟରୁ ହୋସୁର୍‌ ଦେଇ ବେଙ୍ଗାଲୁରୁ ଆଡ଼କୁ ଗୋଟାଏ ଟାଭେରା କାର୍‌ ମଧ୍ୟ ଆସୁଥିଲା। ଘଟଣାସ୍ଥଳରେ ଗାଡ଼ି ଦୁଇଟି ପରସ୍ପର ସହ ଧକ୍କା ଖାଇଥିଲା। ଟାଭେରା କାର୍‌ର ଯାତ୍ରୀମାନେ ହେଉଛନ୍ତି ତାମିଲନାଡୁ ରାଜ୍ୟର ବାସିନ୍ଦା।
ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣା ସଂକ୍ରାନ୍ତରେ ସବିଶେଷ ବିବରଣୀ ହସ୍ତଗତ ହୋଇନାହିଁ।

ସମ୍ବନ୍ଧିତ ଖବର