ଚୀନରେ ଗ୍ୟାସ ପାଇପ ଫାଟିବାରୁ ୧୨ଜଣଙ୍କ ମୃତ୍ୟୁ, ୧୩୮ ଆହତ

ନୂଆଦିଲ୍ଲୀ: ଚୀନରେ ବିସ୍ଫୋରଣ | ଏକ ଗ୍ୟାସ୍ ପାଇପରେ ବିସ୍ଫୋରଣ ଘଟି ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୩୮ଜଣ ଆହତ ହୋଇଛନ୍ତି | ଏନେଇ ରାଜ୍ୟ ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଛି | ହୁବେଇ ପ୍ରଦେଶର ଶିୟାନ ସହରରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ୧୫୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି, ଯେଉଁଥିରେ ୩୭ ଜଣ ଗୁରୁତର ଆହତ ଅଛନ୍ତି।

Gas Pipe Explosion Kills 12, Injures 138 In Chinese City: Report
ndtv

ସୂଚନା ମୁତାବକ, ହୁବେଇ ପ୍ରଦେଶର ଶିୟାନ ସହରରେ ଥିବା ଏକ ଖାଦ୍ୟ ମାର୍କେଟରେ ଏହି ବିସ୍ଫୋରଣ ଘଟିଛି | ବିସ୍ଫୋରଣ ପରେ ଖାଦ୍ୟ ମାର୍କେଟ ଥିବା ବିଲଡିଂଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି | ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ, ଲୋକେ ଖାଦ୍ୟ ଜିନିଷ କିଣୁଥିବା ବେଳେ ହଠାତ ବିସ୍ଫୋରଣ ଘଟିଥିଲା | ବିଲଡିଂରେ ଲାଗିଥିବା କାଚ ଫାଟିଯିବା ସହ ଲୋକେ ଏଣେତେଣେ ଦୌଡିବାକୁ ଲାଗିଥିଲେ | ତେବେ ଦୁର୍ଘଟଣା ପରେ ଏଥିରେ ୧୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି | ଆହତମାନେ ଜରୁରୀକାଳୀନ ଚିକିତ୍ସାରେ ଥିବାରୁ ଶିଆନ୍ ଡାକ୍ତରଖାନା ସ୍ଥାନୀୟ ବାସିନ୍ଦାଙ୍କୁ ରକ୍ତଦାନ କରିବାକୁ କହିବା ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର