ନୂଆଦିଲ୍ଲୀ: ମାରାତ୍ମକ କରୋନାଭାଇରସ୍ରେ ସଂକ୍ରମିତ ଥିବା ୧୨ଜଣ ଯାତ୍ରୀ ନିକଟରେ ଦୁଇଟି ଅଲଗା-ଅଲଗା ଟ୍ରେନରେ ଯାତ୍ରା କରିଥିବା ଶନିବାର ରେଳବାଇ ପକ୍ଷରୁ ପ୍ରକାଶ। ଏହି ୧୨ଜଣ ଯାତ୍ରୀଙ୍କ ମଧ୍ୟରୁ ୮ଜଣ ଯାତ୍ରୀ ମାର୍ଚ୍ଚ ୧୩ରେ ଦିଲ୍ଲୀରୁ ଆନ୍ଧ୍ରପ୍ରଦେଶ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ ଜରିଆରେ ରାମାଗୁଣ୍ଡମ୍ ଯାତ୍ରା କରିଥିଲେ। ସେହିପରି ଅନ୍ୟ ୪ଜଣ ଯାତ୍ରୀ ମାର୍ଚ୍ଚ ୧୬ରୁ ଗୋଦାନ୍ ଏକ୍ସପ୍ରେସ୍ରୁ ମୁମ୍ବାଇରୁ ଜବଲପୁର ପର୍ଯ୍ୟନ୍ତ ଯାତ୍ରା କରିଥିଲେ।
/sambad/media/post_attachments/65c7c8252942eef7efc62f55eabcd6a48448d4cae57fc16e1daa3fbc7bd07f75.jpg)
ରେଳ ମନ୍ତ୍ରାଳୟ ଟୁଇଟ କରି କହିଛି, ମାର୍ଚ୍ଚ ୧୬ରେ ଗୋଦାନ୍ ଏକ୍ସପ୍ରେସ୍ (ଟ୍ରେନ୍ ୧୧୦୫୫) ଜରିଆରେ ବି-୧ କୋଚରେ ମୁମ୍ବାଇରୁ ଜବଲପୁର ଯାତ୍ରା କରିଥିବା ୪ଜଣ ଯାତ୍ରୀ ଗତକାଲି (ଶୁକ୍ରାବାର) କରୋନାଭାଇରସ୍ରେ ସଂକ୍ରମିତ ହୋଇଥିବା ସ୍ପଷ୍ଟ ହୋଇଛି। ଏମାନେ ଗତ ସପ୍ତାହରେ ଦୁବାଇରୁ ଭାରତ ଆସିଥିଲେ।
ସେହିପରି ମନ୍ତ୍ରାଳୟ ଆଉ ଏକ ଟୁଇଟରେ କହିଛି, ମାର୍ଚ୍ଚ ୧୩ରେ ଦିଲ୍ଲୀରୁ ଆନ୍ଧ୍ରାପ୍ରଦେଶ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ୍ରେ ରାମାଗୁଣ୍ଡମରେ ଯାତ୍ରା କରିଥିବା ୮ଜଣ ଯାତ୍ରୀ ଗତକାଲି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏସବୁକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କୁ ଅନୁରୋଧ କରାଯାଉଛି କି ସେମାନେ ଜରୁରୀ କାମ ନ ଥିଲେ ଆଦୌ ଘରୁ ବାହାରନ୍ତୁ ନାହିଁ। ଘରେ ରୁହନ୍ତୁ, ସଂକ୍ରମଣରୁ ଦୂରେଇ ରୁହନ୍ତୁ।
8 passengers who had travelled on AP Sampark Kranti Express from Delhi to Ramagundam on 13th March have tested positive of COVID-19 yesterday.
Passengers are advised to avoid non essential travel for the safety of fellow citizens
— Ministry of Railways (@RailMinIndia) March 21, 2020
/sambad/media/post_attachments/99f158de42654c0c41f272c8bbc3470fdf45296bbbf0782b296eb0bdc1d20327.jpg)
ଏହି ୧୨ଜଣ ଯାତ୍ରୀ ଯାତ୍ରା ସମୟରେ କରୋନା ସଂକ୍ରମଣ ହୋଇଥିବା ସ୍ପଷ୍ଟ ହୋଇ ନ ଥିଲା। କିନ୍ତୁ ଏମାନଙ୍କ କାରଣରୁ ୧୦୦ରୁ ଊର୍ଧ୍ୱ ଲୋକ କରୋନାଭାଇରସ୍ ସଂସ୍ପର୍ଶରେ ଆସିଥିବା ନେଇ ଆଶଙ୍କା ବୃଦ୍ଧି ପାଇଛି। ତେବେ ଏହା ବି ଗମ୍ଭୀର ଚିନ୍ତାର କାରଣ ପାଲଟିଛି କି, ଯେଉଁମାନଙ୍କୁ କରୋନାଭାଇରସ୍ ସଂକ୍ରମଣ ନେଇ ସନ୍ଦେହ କରାଯାଇ କ୍ୱାରେଣ୍ଟାଇନ୍ରେ ରହିବାକୁ କୁହାଯାଇଛି, ସେମାନେ ଟ୍ରେନ୍ରେ ଯାତ୍ରା କରି ହଜାରହଜାର ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଉଛନ୍ତି।
Such cases are being found on Railways. Public is requested not to travel on passenger and long distance trains unless absolutely necessary. Be safe and keep others safe.
— Ministry of Railways (@RailMinIndia) March 21, 2020
ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ସିକନ୍ଦରାବାଦରୁ ବେଙ୍ଗାଲୁରୁ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଦମ୍ପତିଙ୍କୁ କରୋନା ଭୟରେ ଓହ୍ଲାଇ ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଟ୍ରେନରେ ଦମ୍ପତି ସକାଳୁ ସକାଳୁ ତେଲେଙ୍ଗାନାର କାଜିପଟ ପହଞ୍ଚିବା ପରେ ପୁରୁଷଙ୍କ ହାତରେ କରୋନାମୋହର ଲାଗିଥିବା ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ଏହା ଦେଖିବା ପରେ ରେଳବାଇ ଅଧିକାରୀଙ୍କୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ରେଳବାଇ ଅଧିକାରୀ ସେଠାରେ ପହଞ୍ଚି ଦମ୍ପତିଙ୍କୁ ଟ୍ରେନରୁ ଓହ୍ଲାଇ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ବଗିର ଏସିକୁ ମଧ୍ୟ ବନ୍ଦ କରି ଦେଇଥିଲେ। ଏହାର କିଛି ସମୟ ପରେ ରାଜଧାନୀ ଏକ୍ସପ୍ରେସ୍ ପୁଣିଥରେ ତା’ର ଯାତ୍ରା ଆରମ୍ଭ କରିଥିଲା।