ଗୁରୁଗ୍ରାମରେ ୪ ତାଲା କୋଠା ଭୁଶୁଡ଼ିବାରୁ ଅଟକି ରହିଛନ୍ତି ୧୨ ଜଣ; ଉଦ୍ଧାର କାର୍ଯ୍ୟ ଜାରି

ଗୁରୁଗ୍ରାମ: ଗୁରୁବାର ସକାଳେ ଗୁରଗ୍ରାମର ସୋହନା ଅନ୍ତର୍ଗତ ଉଲ୍ଲାଓ୍ଵାସ୍‌ ଗାଁ’ରେ ଗୋଟାଏ ଚାରି ତାଲା କୋଠା ଭୁଶୁଡ଼ି ପଡ଼ିବାରୁ ଅନ୍ୟୂନ ବାର ଜଣ ଲୋକ ଅଟକି ରହିଯାଇଛନ୍ତି।

ଉଦ୍ଧାରକାରୀମାନେ ତୁରନ୍ତ ସେଠାରେ ପହଞ୍ଚି ଉଦ୍ଧାର ଉଦ୍ୟମ ଚଳାଇଛନ୍ତି।

ନେସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌ ଫୋର୍ସର (ଏନ୍‌ଡିଆର୍‌ଏଫ୍‌) ତିନିଟି ଦଳ ଘଟନାସ୍ଥଳକୁ ଯାଇଥିବା ପ୍ରକାଶ।

ଘଟନାସ୍ଥଳରେ ଭଙ୍ଗା କଂକ୍ରିଟ୍‌ ସବୁ ବିଛାଡ଼ି ହୋଇ ପଡ଼ିଛି। ସେଗୁଡ଼ିକୁ ହଟାଇ ଭିତରେ ଅଟକି ରହିଯାଇଥିବା ବ୍ୟକ୍ତିଙ୍କୁ ବାହାର କରିବାକୁ ଜରୁରୀକାଳୀନ ସେବା ଚେଷ୍ଟା ଚଳାଇଛି।

ସମ୍ବନ୍ଧିତ ଖବର