୧୨ ସୁପ୍ରିମ୍‌କୋର୍ଟ ବିଚାରପତିଙ୍କ ସମ୍ପତ୍ତି ଘୋଷଣା

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟର ୨୩ ବିଚାରପତିଙ୍କ ମଧ୍ୟରୁ ୧୨ ଜଣ ଇତିମଧ୍ୟରେ ସେମାନଙ୍କ ସମ୍ପତ୍ତି ଘୋଷଣା କରିଛନ୍ତିି। ଏମାନଙ୍କ ମଧ୍ୟରେ ମୁଖ୍ୟ ବିଚାରପତି ଦୀପକ ମିଶ୍ର ଓ ୪ ଜଣ ବରିଷ୍ଠ ବିଚାରପତି ଯଥା ରଞ୍ଜନ ଗୋଗୋଇ, ଏମ୍‌ ବି ଲୋକୁର, କୁରିଆନ୍‌ ଯୋଶେଫ ଓ ଏ କେ ସିକ୍ରି ରହିଛନ୍ତି। ସୁପି୍ରମ୍‌କୋର୍ଟର ଅଫିସିଆଲ୍‌ େଓ୍ଵବ୍‌ସାଇଟ୍‌ରେ ଦର୍ଶାଯାଇଥିବା ତଥ୍ୟ ଅନୁସାରେ ମୁଖ୍ୟ ବିଚାରପତି ମିଶ୍ରଙ୍କର ପୂର୍ବ ଦିଲ୍ଲୀର ସୁପ୍ରିମ୍‌ ଏନ୍‌କ୍ଲେଭରେ ଗୋଟିଏ ଫ୍ଲାଟ୍‌ ରହିଥିବା ବେଳେ କଟକରେ ମଧ୍ୟ ଏକ ଘର ରହିଛି। ସେହିଭଳି ତାଙ୍କର ୭.୪ ଲକ୍ଷ ଟଙ୍କାର ସ୍ଥାୟୀ ଜମା ଥିବା ବେଳେ ବିଭିନ୍ନ ବ୍ୟାଙ୍କରୁ ୩୩ ଲକ୍ଷ ଟଙ୍କା ଋଣ ଉଠାଇଛନ୍ତି। ଏହାବ୍ୟତୀତ ଜଷ୍ଟିସ୍‌ ଏସ୍‌ ଏ ବୋବଡେ, ଏନ୍‌ ଭି ରାମନା, ଅରୁଣ ମିଶ୍ର, ଏ କେ ଗୋଏଲ, ଆର୍‌ ବାନୁମଥି, ଏ ଏମ୍‌ ଖାନ୍‌ଓ୍ଵିଲ୍‌କର ଓ ଅଶୋକ ଭୂଷଣ ମଧ୍ୟ ନିଜ ସମ୍ପତ୍ତି ଘୋଷଣା କରିଛନ୍ତିି। କିନ୍ତୁ ଜଷ୍ଟିସ୍‌ ଆର୍‌ ଏଫ୍‌ ନରିମାନ୍‌, ଏ ଏମ୍‌ ସାପ୍‌ରେ, ୟୁ ୟୁ ଲଲିତ, ଡି ଓ୍ଵାଇ ଚନ୍ଦ୍ରଚୂଡ଼, ଏଲ୍‌ ନାଗେଶ୍ୱର ରାଓ, ସଞ୍ଜୟ କିଶାନ କୌଲ, ମୋହନ ଏମ୍‌ ଶାନ୍ତନାଗୌଦାର, ଏସ୍‌ ଅବଦୁଲ ନାଜିର, ନବୀନ ସିହ୍ନା, ଦୀପକ ଗୁପ୍ତା ଓ ଇନ୍ଦୁ ମାଲହୋତ୍ରା ଏ ପର୍ଯ୍ୟନ୍ତ ସେମାନଙ୍କ ସମ୍ପତ୍ତି ଘୋଷଣା କରିନାହାନ୍ତି।

ସମ୍ବନ୍ଧିତ ଖବର