ଶ୍ରୀନଗର : ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ଜଣେ ଅଲ-ବଦର ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ହାଉରା ଅଞ୍ଚଳରେ ଅପରେସନ ଚାଲିଥିବା ବେଳେ ଜମ୍ମୁ-କାଶ୍ମୀର ପୁଲିସର ଜଣେ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ଆତଙ୍କବାଦୀ ଲୁଚିଥିବା ସନ୍ଦିଗ୍ଧ ସ୍ଥାନରେ ପହଞ୍ଚିବା ପରେ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏଥିରେ ଜଣେ ପୁଲିସ ଆହତ ହୋଇଥିଲେ। ଲୁଚିଥିବା ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବା ପାଇଁ ସୁଯୋଗ ଦିଆଯାଇଥିଲା। କିନ୍ତୁ ସେମାନେ ଗୁଳି ଚଳାଇବା ଜାରି ରଖିଥିଲେ। ଫଳରେ ପୁଲିସ ଗୁଳିରେ ଜଣେ ଅଲ-ବଦର ଆତଙ୍କବାଦୀର ମୃତ୍ୟୁ ଘଟିଥିଲା। ନିହତ ଆତଙ୍କବାଦୀ ଜଣକ ଆକବରାବାଦ ହାଉରା ବାସିନ୍ଦା ଆଦିଲ ମାଜିଦ ଲୋନ ବୋଲି ମୃତ୍ୟୁ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ ଛାଡ଼ି ନିଜର ପରିଚୟ ଦେଇଛି। ଉକ୍ତ ଅଞ୍ଚଳରୁ ପିସ୍ତଲ, ଗୁଳି ଓ ଗ୍ରେନେଡ୍ ଆଦି ଜବତ କରାଯାଇଛି।

Advertisment

ଲୋନ ଛଡ଼ା ଗତ ୧୫ ଦିନ ଭିତରେ ଜମ୍ମୁ-କାଶ୍ମୀରରେ ଆଉ ୧୧ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ସେମାନଙ୍କଠାରୁ ୫୫ କେଜି ନିଶାଔଷଧ ଓ ୧୨ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।