୧୨ ୟୁପି ବିଧାୟକଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ: ଏକ ଅଭାବନୀୟ ଘଟଣାକ୍ରମରେ ଉତ୍ତର ପ୍ରଦେଶର ୧୨ ଜଣ ବିଧାୟକଙ୍କୁ ଦାଦା ବଟି ଦାବି କରି ହତ୍ୟା ଧମକ ମିଳିଛି। ଏହି ବିଧାୟକମାନଙ୍କୁ ୧୦ ଲକ୍ଷ ଟଙ୍କା ବଟି ମଗାଯାଇଛି। ହ୍ଵାଟ୍ସଆପ୍‌ ମେସେଜ୍‌ ମାଧ୍ୟମରେ ସେମାନଙ୍କ ପାଖକୁ ଏକ ଧମକପୂର୍ଣ୍ଣ ମେସେଜ୍‌ ଆସିଛି, ଯେଉଁଥିରେ କୁହାଯାଇଛି ତୁରନ୍ତ ୧୦ ଲକ୍ଷ ଟଙ୍କା ଦିଅ ନଚେତ୍‌ ୩ ଦିନ ଭିତରେ ସପରିବାର ସଫା ହୋଇଯିବ। ତେବେ ଉକ୍ତ ୧୨ ଜଣ ବିଧାୟକଙ୍କ ମଧ୍ୟରେ ଅଧିକାଂଶ ବିଜେପି ବିଧାୟକ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏଡିଜି ଆନନ୍ଦ କୁମାର କହିଛନ୍ତି ଯେ ଭୋପାଳ, ରାଜସ୍ଥାନ ଏବଂ ଦିଲ୍ଲୀରେ ମଧ୍ୟ କିଛି ସାମ୍ବାଦିକଙ୍କୁ ମଧ୍ୟ ସମାନ ଢଙ୍ଗରେ ଏଭଳି ମେସେଜ୍‌ ମିଳିଛି। ତେବେ ଏହି ଘଟଣାକୁ ନେଇ ସମ୍ପୃକ୍ତ ବିଧାୟକମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିବାବେଳେ ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଗଠନ ହୋଇଛି। ଧମକପୂର୍ଣ୍ଣ କଲ୍‌ ଏବଂ ମେସେଜ୍‌ ପାଇଥିବା ବିଧାୟକମାନଙ୍କ ମଧ୍ୟରେ ରହିଛନ୍ତି ବୀର ବିକ୍ରମ ସିଂହ, ମନବେନ୍ଦ୍ର ସିଂହ, ପ୍ରେମ ପ୍ରକାଶ ପାଣ୍ଡେ, ବିନୟ କୁମାର ଦ୍ୱିବେଦୀ, ବିନୋଦ କତିୟାର, ଶଶାଙ୍କ ତ୍ରିବେଦୀ ଏବଂ ଅନିତା ରାଜପୁତ।

ସମ୍ବନ୍ଧିତ ଖବର