ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ଜଣେ ନାବାଳକ ଗୁଡ଼ି ସହ ଉଡୁଥିବା ବେଳେ ୩୦ଫୁଟ ଉଚ୍ଚରୁ ଖସି ପଡ଼ି ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆହତ ଅବସ୍ଥାରେ ବାଳକଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ, ଡିସେମ୍ବର ପ୍ରଥମ ସପ୍ତାହରେ ପ୍ରିଙ୍ଗସେଭୁ ରେଜେନ୍ସି ହାଇସ୍କୁଲରେ ୧୨ବର୍ଷର ନାବାଳକ ‘ଡ୍ରାଗନ କାଇଟ’ ଉଡାଉଥିଲେ। ଏହି ସମୟରେ ସେଠାରେ ଅନେକ ଲୋକ ରୁଣ୍ଡ ବି ହୋଇଥିଲେ। ବାଳକ ଜଣକ ଯେଉଁ ଗୁଡ଼ି ଉଡ଼ାଉ ଥିଲେ ତାହା ଆକାରରେ ତାଙ୍କଠାରୁ ପ୍ରାୟ ତିନିଗୁଣା ବଡ଼ ଥିଲା। ପବନରେ ଏହି ଗୁଡିଟି ଉଡ଼ୁଥିବା ବେଳେ ବାଳକ ବି ବହୁତ ଖୁସିରେ ଗୁଡ଼ି ସହିତ ଉଡୁଥିଲେ। ତଳେ ଥିବା ଲୋକମାନେ ଏହି ଦୃଶ୍ୟକୁ ବେଶ ଉପଭୋଗ କରୁଥିଲେ।
ଦୁର୍ଭାଗ୍ୟବଶତଃ କେହି କିଛି ବୁଝିବା ପୂର୍ବରୁ ଭାରସାମ୍ୟ ହରାଇବାରୁ ବାଳକ ଜଣକ ହଠାତ ୩୦ଫୁଟ ଉପରୁ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ବାଳକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ଏହି ଦୁର୍ଘଟଣାରେ ନାବାଳକଙ୍କ ଛଅଟି ହାଡ ଭାଙ୍ଗିଥିବା ଏକ୍ସ-ରେରୁ ଜଣାପଡ଼ିଥିଲା। ଏଥିପାଇଁ ଡାକ୍ତର ତାଙ୍କ ଶରୀରରେ ଦୁଇଟି ଅସ୍ତ୍ରୋପଚାର କରିବେ ବୋଲି ଶିଶୁ ସୁରକ୍ଷା ଏଜେନ୍ସି ପକ୍ଷରୁ ପ୍ରକାଶ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/Untitled-2-5.jpg)