ପଣ୍ଡିଚେରୀରୁ ନିଜ ବାପାଙ୍କ ସହ ଆୟାପ୍ପାଙ୍କ ଦର୍ଶନ ପାଇଁ ଯାଇଥିବା ୧୨ ବର୍ଷୀୟା ଝିଅକୁ ସାବରିମାଳାରେ ପଶିବାକୁ ଦିଆଗଲାନି

ତିରୁବନନ୍ତପୁରମ: କେରଳର ସାବରିମାଳା ମନ୍ଦିରରେ ଆୟାପ୍ପା ଭଗବାନଙ୍କୁ ଦର୍ଶନ କରିବା ପାଇଁ ପଣ୍ଡିଚେରୀରୁ ଧାଇଁ ଆସିଥିବା ୧୨ ବର୍ଷୀୟା ଝିଅକୁ ମନ୍ଦିରରେ ପଶିବାର ଅନୁମତି ଦିଆଯାଇ ନାହିଁ। ନିିଜ ବାପା ସହ ଆସିଥିବା ଏହି କୁନି ଝିଅଟି ମଙ୍ଗଳବାର ସକାଳେ ମନ୍ଦିର ଭିତରକୁ ପଶିବାକୁ ଚେଷ୍ଟା କରିବା ବେଳେ ତାଙ୍କୁ ଅଟକାଇ ବାହାରେ ରହିବାକୁ କୁହାଯାଇଥିଲା।

ନାବାଳିକାର ବୟସ ତାଙ୍କ ବାପା ୧୦ ବର୍ଷ ବୋଲି କହିଥିବା ବେଳ ଆଧାରକାର୍ଡରେ ବୟସ ୧୨ ଲେଖା ଯାଇଥିବାର ଦେଖିବାକୁ ମିଳିଥିଲା। ଫଳରେ ମହିଳା ପୁଲିସ୍‌ ନାବାଳିକାକୁ ମନ୍ଦିର ଭିତରକୁ ଯିବାକୁ ବାରଣ କରିଥିଲେ।

ଉଲ୍ଳେଖଯୋଗ୍ୟ, ଶନିବାର ମନ୍ଦିର ଖୋଲିବା ପରେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଯାଇଥିବା ୧୦ ଜଣ ମହିଳାଙ୍କୁ ମନ୍ଦିର ଭିତରକୁ ପଶିବାର ଅନୁମତି ନ ଦେଇ ଫେରାଇ ଦିଆଯାଇଥିଲା। ସେହିପରି ସୋମବାର ଦିନ ମଧ୍ୟ ୧୦ରୁ ୫୦ ବର୍ଷ ଭିତରେ ଥିବା ୨ ଜଣ ମହିଳାଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରାଯାଇ ନଥିଲା।

ସମ୍ବନ୍ଧିତ ଖବର