ବଢୁଛି ଏୟାର ଇଣ୍ଡିଆ ପାଇଁ ସଙ୍କଟ, ଇସ୍ତଫା ଦେଲେ ୧୨୦ ଜଣ ପାଇଲଟ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ଏୟାର ଇଣ୍ଡିଆ ପାଇଁ ପୁଣି ଖରାପ ଖବର ଆସିଛି | କମ୍ପାନୀର ପ୍ରାୟ ୧୨୦ ଜଣ ଏୟାରବସ ଏ-୩୨୦ ପାଇଲଟ ସମୂହ ଇସ୍ତଫା ଦେଇଛନ୍ତି | ଏହି ସବୁ ପାଇଲଟମାନେ ନିଜ ବେତନ ଓ ପଦୋନ୍ନତିକୁ ନେଇ ଖୁସି ନଥିଲେ | ପାଇଲଟମାନଙ୍କ କହିବା ମୁତାବକ ଏୟାର ଇଣ୍ଡିଆ ପକ୍ଷରୁ ସେମାନଙ୍କ ଦରମା ବଢ଼ାନଯିବା ସାଙ୍ଗକୁ ପଦୋନ୍ନତି ଦିଆଯାଉନଥିଲା |

abpnews

ବାରମ୍ବାର ସେମାନେ ଏ ନେଇ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କେହି ସେମାନଙ୍କ ଦାବି ବାବଦରେ ବିଚାର କରିନଥିଲେ | ତେଣୁ ସେମାନେ ଇସ୍ତଫା ଦେଇଛନ୍ତି | ଏହା ପୂର୍ବରୁ ଖବର ଆସିଥିଲା ଯେ କେନ୍ଦ୍ର ସରକାର ଏୟାର ଇଣ୍ଡିଆର ୧୦୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ପ୍ରସ୍ତୁତ ଅଛନ୍ତି | କେନ୍ଦ୍ର ସରକାର ନିଜର ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ୭୬ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଯୋଜନା ବି ପ୍ରସ୍ତୁତ କରିଥିଲେ |

କିନ୍ତୁ କୌଣସି କମ୍ପାନୀ ଏଥିପାଇଁ ଆଗ୍ରହ ପ୍ରକାଶ କରିନଥିଲେ | ବର୍ତ୍ତମାନ ଏୟାର ଇଣ୍ଡିଆ ଉପରେ ତେଲ କମ୍ପାନୀର ୪୫୦୦ କୋଟି ଟଙ୍କାର ବକେୟା ଅର୍ଥ ବାକି ରହିଛି | କିଛି ଦିନ ତଳେ ଏୟାର ଇଣ୍ଡିଆର ଚେୟାରମ୍ୟାନ ଅଶ୍ୱିନୀ ଲୋହାନୀ କହିଥିଲେ ଯେ କମ୍ପାନୀକୁ ପ୍ରତି ମାସରେ ୩୦୦ କୋଟି ଟଙ୍କାର କର୍ମଚାରୀଙ୍କୁ ଦରମା ଆକାରରେ ଦେବାକୁ ପଡିଥାଏ |

ସମ୍ବନ୍ଧିତ ଖବର