ନୂଆଦିଲ୍ଲୀ: ଦେଶରେ ଆଜି ୧୨,୨୧୩ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦୈନିକ ସଂକ୍ରମଣ ମାମଲାରେ ୪୦ ପ୍ରତିଶତ ବୃଦ୍ଧି ହୋଇଛି। ୧୦୯ ଦିନ ପରେ ବୁଧବାର ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହିଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୫୭,୭୩୦ରେ ପହଞ୍ଚିଥିବା ବେଳେ ସକ୍ରିୟ ମାମଲା ୫୮,୨୧୫ ରହିଛି। ଦେଶରେ ଗତ ୨୪ ଘଣ୍ଟାରେ ୧୧ ଜଣଙ୍କ କରୋନାରେ ମୃତ୍ୟୁ ହେବାସହ ମୋଟ୍ ମୃତ୍ୟୁସଂଖ୍ୟା ୫,୨୪,୮୦୩। ଦେଶରେ ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୧୩ ପ୍ରତିଶତ। ଦୈନିକ ପଜିଟିଭ୍ ହାର ୨.୩୫ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୨.୩୮ ପ୍ରତିଶତ ରହିଛି । ମୋଟ୍ ଟିକାକରଣ ୧,୯୫,୬୭,୩୭,୦୧୪ରେ ପହଞ୍ଚିଛି। ୧୮ ବର୍ଷରୁ ଊର୍ଦ୍ଧ୍ବ ୮୯ ପ୍ରତିଶତ ଲୋକ ସମ୍ପୂର୍ଣ୍ଣ କରୋନା ଟିକା ନେଇ ସାରିଛନ୍ତି। ୧୨-୧୪ ବର୍ଷ ମଧ୍ୟରେ ୭୫ ପ୍ରତିଶତ ପିଲା ପ୍ରଥମ ଡୋଜ୍ ନେଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଗୁରୁବାର ସକାଳ ୭ଟା ସୁଦ୍ଧା ଦେଶରେ ମୋଟ୍ ଟିକାକରଣ ସଂଖ୍ୟା ୧୯୫.୬୭ କୋଟି ଟପିଛି। ୧୮-୫୯ ବର୍ଷ ମଧ୍ୟରେ ୩,୬୬୧,୮୯୯ ପ୍ରିକସନ୍ ଡୋଜ୍ ଦିଆଯାଇଛି।
୧୨ ହଜାର ନୂଆ ମାମଲା: ଦୈନିକ ସଂକ୍ରମଣରେ ୪୦% ବୃଦ୍ଧି
/sambad/media/post_attachments/wp-content/uploads/2022/05/Corona-Virus-2-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)