ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରିବ ବାଂଲାଦେଶର ୧୨୨ ଜଣିଆ ଦଳ

ନୂଆଦିଲ୍ଲୀ : ଏଥର ଗଣତନ୍ତ୍ର ଦିବସ ପରେଡରେ ବାଂଲାଦେଶ ସାମରିକ ବାହିନୀର ଏକ ୧୨୨ ଜଣିଆ ପରେଡ ଦଳ ଅଂଶଗ୍ରହଣ କରିବ । ପ୍ରଥମ ଥର ପାଇଁ ବାଂଲାଦେଶର ଏତେବଡ଼ ଦଳ ଭାରତର  ଗଣତନ୍ତ୍ର ଦିବସ ପରେଡରେ ଭାଗ ନେଉଛି ।

ବାଂଲାଦେଶ ପରେଡ ଦଳର ନେତୃତ୍ବ ନେବେ ଲେପ୍ଟନାଣ୍ଟ କର୍ଣ୍ଣେଲ ଆବୁ ମହମ୍ମଦ ସାହାନୁର ସାଓନ ଓ ତାଙ୍କ ଡେପୁଟୀ ଲେପ୍ଟନାଣ୍ଟ ଫରହାନ ଇସରାକ ଓ ଫ୍ଲାଇଟ ଲେପ୍ଟନାଣ୍ଟ ସିଓ୍ବାନ ରେହମାନ । ଏହି ପରେଡ ଦଳରେ ବାଂଲାଦେଶ ସେନା, ନୌସେନା, ବାୟୁସେନାର ଯବାନମାନେ ରହିଛନ୍ତି । ବାଂଲାଦେଶ ସେନାର କେତେକ ସ୍ବତନ୍ତ୍ର ୟୁନିଟରୁ ବଛା ବଛା ଯବାନଙ୍କୁ ଏହି ପରେଡ ପାଇଁ ବଛାଯାଇଛି । ଏହି ଯବାନମାନଙ୍କ ପୂର୍ବ ପୁରୁଷମାନେ ବାଂଲାଦେଶ ମୁକ୍ତିଯୁଦ୍ଧରେ ଅଂଶଗ୍ରହଣ କରି ପାକିସ୍ତାନର ଅତ୍ୟାଚାର ବିରୁଦ୍ଧରେ ଲଢିଥିଲେ ।

ଚଳିତ ବର୍ଷ ସ୍ବତନ୍ତ୍ର ବାଂଲାଦେଶ ଗଠନର ୫୦ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ଏହା ସହିତ ଭାରତ-ବାଂଲାଦେଶ କୂଟନୈତିକ ସଂପର୍କର ମଧ୍ୟ ୫୦ ବର୍ଷ ପୂରଣ ହୋଇଛି । ଏ ଉପଲକ୍ଷେ ଉଭୟ ଦେଶ ମିଳିତଭାବେ କେତେକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି ।

 

 

ସମ୍ବନ୍ଧିତ ଖବର