ଉଡାଜାହାଜରେ ଇଟାଲୀରୁ ଅମୃତସରକୁ ଆସିଥିବା ୧୯୧ରୁ ୧୨୫ କରୋନା ସଂକ୍ରମିତ

ଅମୃତସର: ଇଟାଲୀରୁ ଅମୃତସରକୁ ଆସିଥିବା ଏୟାର ଇଣ୍ଡିଆର ଏକ ଉଡାଜାହାଜରେ ୧୯୧ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୨୫ ଜଣ କରୋନା ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି ବୋଲି ସୂଚନା ମିଳିଛି । ଏୟାର ଇଣ୍ଡିଆର ଏହି ଉଡାଜାହାଜଟି ଇଟାଲୀରୁ ପଞ୍ଜାବର ଅମୃତସର ସହରରେ ପହଞ୍ଚିଥିଲା । ସବୁ ସଂକ୍ରମିତଙ୍କୁ ଅମୃତସରରେ କ୍ଵାରେଣ୍ଟାଇନରେ ରଖା ଯାଇଛି । ସବୁଠାରୁ ବଡ କଥା ହେଇଛି ଏହା ପ୍ରଥମ ଘଟଣା ଯେଉଁଠି ଏତେ ସଂଖ୍ୟକ ଉଡାଜାହାଜ ଯାତ୍ରୀ କରୋନା ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି ।

ଏୟାରପୋର୍ଟର ଡାଇରେକ୍ଟର ବି.କେ. ସେଠି କହିଛନ୍ତି, ଉଡାଜାହାଜରେ ଆସିଥିବା ସବୁଯାତ୍ରୀଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା ଯେଉଁଥିରୁ କରୋନା ସଂକ୍ରମିତଙ୍କ ବିଷୟରେ ଜଣା ପଡିଥିଲା ।

ସମ୍ବନ୍ଧିତ ଖବର