ଅହମ୍ମଦାବାଦ : ଗୁରୁବାର ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘଟଣାସ୍ଥଳକୁ ଯାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏହା ପରେ, ସେ ହସ୍ପିଟାଲ ଯାଇ ଆହତମାନଙ୍କୁ ଭେଟିଥିଲେ ଏବଂ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ଅନ୍ୟମାନଙ୍କ ସହିତ ଏକ ବୈଠକ କରିଥିଲେ। ସେ କହିଛନ୍ତି ଯେ ସମଗ୍ର ଦେଶ ପୀଡିତ ପରିବାର ସହିତ ଠିଆ ହୋଇଛି।
ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, "ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ନେଇ ସମଗ୍ର ଦେଶ ମର୍ମାହତ। ପରିବାର ସହିତ ସମଗ୍ର ଦେଶ ଠିଆ ହୋଇଛି। ସର୍ବପ୍ରଥମେ, ଭାରତ ସରକାର, ଗୁଜୁରାଟ ସରକାର, ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ, ମୁଁ ପୀଡିତଙ୍କ ପ୍ରତି ମୋର ଗଭୀର ସମବେଦନା ପ୍ରକାଶ କରୁଛି।" ସେ କହିଛନ୍ତି, "ଏହି ଘଟଣା ପାଇଁ ସାରା ଦେଶ ଦୁଃଖିତ। ମୁଁ ଦୁର୍ଘଟଣାରୁ ବଞ୍ଚିଯାଇଥିବା ଯାତ୍ରୀଙ୍କୁ ଭେଟିଛି। ଡିଏନଏ ପରୀକ୍ଷା ପରେ ମୃତକଙ୍କୁ ଚିହ୍ନଟ କରାଯିବ। ସାରା ଦେଶ ପୀଡିତଙ୍କ ପରିବାର ସହିତ ଠିଆ ହୋଇଛି। ବିମାନରେ ୧.୨୫ ଲକ୍ଷ ଲିଟର ଇନ୍ଧନ ଥିଲା। ନିଆଁ ଏତେ ଦ୍ରୁତ ଗତିରେ ଲାଗିଥିଲା ଯେ ସେମାନଙ୍କୁ ବଞ୍ଚାଇବାର କୌଣସି ସୁଯୋଗ ନଥିଲା। ଗୁଜରାଟରେ ପ୍ରାୟ ୧୦୦୦ ଡିଏନଏ ନମୁନା ପରୀକ୍ଷା କରାଯିବ। ତଦନ୍ତ ଦ୍ରୁତ ଗତିରେ ଆଗକୁ ବଢ଼ିବା ପାଇଁ ବିମାନ ମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି। ବିମାନ ବିଭାଗ ଏହାର ତଦନ୍ତ ଆରମ୍ଭ କରିଛି।"
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/12/lRd5QRB7AYwOWbFB5Bxo.jpg)