ନୂଆଦିଲ୍ଲୀ: ବିଦେଶୀ ଅନୁଦାନ ନିୟନ୍ତ୍ରଣ ଅଧିନିୟମ (ଏଫ୍ସିଆର୍ଏ) ଅଧୀନରେ ୧୨,୫୮୦ଟି ଏନ୍ଜିଓର ପଂଜୀକରଣ ଆଜି ଶେଷ କରିଦିଆଯାଇଛି। ଏହି ଏନ୍ଜିଓମାନେ ଏଣିକି ବିଦେଶୀ ପାଣ୍ଠି ହାସଲ କରିପାରିବେ ନାହିଁ। ଆଜି ଗୃହ ମନ୍ତ୍ରାଳୟ ୱେବ୍ସାଇଟରେ ଏ ବାବଦ ତଥ୍ୟ ଜାରି କରାଯାଇଛି। ଏହି ଏନ୍ଜିଓମାନେ ଏଫ୍ସିଆର୍ଏ ଲାଇସେନ୍ସ ନବୀକରଣ ପାଇଁ ଆବେଦନ କରିବାରେ ବିଫଳ ହୋଇଥିବା ଦର୍ଶାଯାଇଛି। ୫୯୩୩ ଏନ୍ଜିଓଙ୍କ ଏଫ୍ସିଆର୍ଏ ଲାଇସେନ୍ସ ରଦ୍ଦ ହୋଇଯାଇଛି କିମ୍ବା ସେମାନେ ନବୀକରଣ ଆବେଦନ କରିନଥିବା କୁହାଯାଇଛି। ଏହି ଏନ୍ଜିଓମାନଙ୍କୁ ନବୀକରଣ ଆବେଦନ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା, କିନ୍ତୁ ସେମାନେ ଏଥିରେ ବିଫଳ ହୋଇଛନ୍ତି ବୋଲି ଗୃହମନ୍ତ୍ରାଳୟ ଦର୍ଶାଇଛି। ଏବେ ଦେଶରେ ଏଫ୍ସିଆର୍ଏ ଅଧୀନରେ ପଂଜୀକରଣ ହୋଇଥିବା ଏନ୍ଜିଓଙ୍କ ସଂଖ୍ୟା ୧୬,୮୨୯କୁ ଖସିଆସିଛି। ଦିନକୁ ପୂର୍ବରୁ ଏହା ୨୨ ହଜାର ୭୬୨ ରହିଥିଲା। ଏଫ୍ସିଆାଏ ଲାଇସେନ୍ସ ଶେଷ ହୋଇଯାଇଥିବା ଏନ୍ଜିଓଗୁଡ଼ିକ ମଧ୍ୟରେ ଅକ୍ସଫାମ୍ ଇଣ୍ଡିଆ ଟ୍ରଷ୍ଟ, ଇଣ୍ଡିଆନ୍ ୟୁଥ୍ ସେଣ୍ଟର୍ସ ଟ୍ରଷ୍ଟ, ଜାମିଆ ମିଲିଆ ଇସ୍ଲାମିଆ ପ୍ରମୁଖ ରହିଥିବା ଜଣାପଡ଼ିଛି।
୧୨୫୮୦ ଏନ୍ଜିଓ ବିଦେଶୀ ଅନୁଦାନ ଲାଇସେନ୍ସ ହରାଇଲେ
/sambad/media/post_attachments/wp-content/uploads/2022/01/454fh6sf46h65fh4f65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)