ଦେଶରେ ଦିନକରେ ୪୮,୯୧୬ ସଂକ୍ରମିତ ଚିହ୍ନଟ; ୭୫୭ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଜୁଲାଇ ୨୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧,୩୩୬,୮୬୧ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୪୯୪୩୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୩୧୩୫୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୪୮,୯୧୬  ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୬୦୭୧ ରହିଛି। ୨୪ ଘଣ୍ଟାରେ ୭୫୭ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

Thailand Medical News

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୯୩୩ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୭୬ ଜଣ, ବିହାରରେ ୨୨୦ଜଣ, ଚଣ୍ଡିଗଡ଼ରେ ୧୩ ଜଣ, ଛତିଶଗଡ଼ରେ ୩୬ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୭୭୭ଜଣ, ଗୋଆରେ ୨୯ ଜଣ, ଗୁଜରାଟରେ ୨୨୭୮ଜଣ, ହରିୟାଣାରେ ୩୮୨ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୨୯୬ ଜଣ, ଝାଡ଼ଖଣ୍ଡରେ ୭୦ଜଣ, କର୍ଣ୍ଣାଟକରେ ୧୭୨୪ଜଣ, କେରଳରେ ୫୪ଜଣ, ଲଦାଖରେ ୨ ଜଣ, ମଧ୍ୟପ୍ରଦେଶରେ ୭୯୧ଜଣ, ମହାରାଷ୍ଟ୍ରରେ ୧୩୧୩୨ ଜଣ, ମେଘାଳୟରେ ୫ ଜଣ, ଓଡ଼ିଶାରେ ୧୨୦ଜଣ, ପୁଦ୍ଦୁଚେରୀରେ ୩୫ଜଣ, ପଞ୍ଜାବରେ ୨୮୨ଜଣ, ରାଜସ୍ଥାନରେ ୬୦୨ଜଣ, ତାମିଲନାଡୁରେ ୩୩୨୦ଜଣ, ତେଲେଙ୍ଗାନାରେ ୪୫୫ଜଣ, ତ୍ରିପୁରାରେ ୧୧ ଜଣ, ଉତ୍ତରାଖଣ୍ଡରେ ୬୦ ଜଣ, ଉତ୍ତରପ୍ରଦେଶରେ ୧୩୪୮ଜଣ ଏବଂ ପଶ୍ଚମବଙ୍ଗରେ ୧୨୯୦ଜଣ ।

Russia says many coronavirus patients died of other causes, some ...
Deccan Herald

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୨୫୯), ଆନ୍ଧ୍ରପ୍ରଦେଶ (୮୦୮୫୮), ଅରୁଣାଚଳ ପ୍ରଦେଶ (୧୦୫୬), ଆସାମ (୨୯୯୨୧), ବିହାର (୩୩୯୨୬), ଚଣ୍ଡିଗଡ଼ (୮୨୩), ଛତିଶଗଡ଼ (୬୭୩୧), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୮୧୫), ଦିଲ୍ଲୀ (୧୨୮୩୮୯), ଗୋଆ (୪୫୪୦), ଗୁଜରାଟ (୫୩୫୪୫), ହରିୟାଣା (୨୯୭୫୫), ହିମାଚଳ ପ୍ରଦେଶ (୧୯୫୪), ଜମ୍ମୁ ଓ କଶ୍ମୀର (୧୬୭୮୨), ଝାଡ଼ଖଣ୍ଡ (୭୪୯୩) କର୍ଣ୍ଣାଟକ (୮୫୮୭୦), କେରଳ (୧୬୯୯୫), ଲଦାଖ (୧୨୪୬), ମଧ୍ୟପ୍ରଦେଶ (୨୬୨୧୦), ମହାରାଷ୍ଟ୍ର (୩୫୭୧୧୭), ମଣିପୁର (୨୧୪୬), ମେଘାଳୟ (୫୮୮), ମିଜୋରାମ (୩୬୧), ନାଗାଲାଣ୍ଡ (୧୨୩୯), ଓଡ଼ିଶା (୨୨୬୯୩), ପୁଦ୍ଦୁଚେରୀ (୨୫୧୫), ପଞ୍ଜାବ (୧୨୨୧୬), ରାଜସ୍ଥାନ (୩୪୧୭୮), ସିକିମ୍ (୪୭୭), ତାମିଲନାଡୁ (୧୯୯୭୪୯), ତେଲେଙ୍ଗାନା (୫୨୪୬୬), ତ୍ରିପୁରା (୩୭୫୯), ଉତ୍ତରାଖଣ୍ଡ (୫୪୪୫), ଉତ୍ତରପ୍ରଦେଶ (୬୦୭୭୧) ଓ ପଶ୍ଚିମବଙ୍ଗ (୫୩୯୭୩) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୭୪), ଆନ୍ଧ୍ରପ୍ରଦେଶ (୩୯୯୩୫), ଅରୁଣାଚଳ ପ୍ରଦେଶ (୩୯୨), ଆସାମ (୨୧୭୬୧), ବିହାର (୨୨୩୪୩), ଚଣ୍ଡିଗଡ଼ (୫୩୫), ଛତିଶଗଡ଼ (୪୫୬୭), ଦାଦର ନଗର ହାୱେଲି (୫୧୨), ଦିଲ୍ଲୀ (୧୧୦୯୩୧), ଗୋଆ (୨୮୬୫), ଗୁଜରାଟ (୩୮୮୪୯), ହରିୟାଣା (୨୨୯୫୩), ହିମାଚଳ ପ୍ରଦେଶ (୧୧୪୫), ଜମ୍ମୁ ଓ କଶ୍ମୀର (୯୨୧୭), ଝାଡ଼ଖଣ୍ଡ (୩୩୦୭), କର୍ଣ୍ଣାଟକ (୩୧୩୪୭), କେରଳ (୭୫୬୨), ଲଦାଖ (୧୦୩୫), ମଧ୍ୟପ୍ରଦେଶ (୧୭୮୬୬), ମହାରାଷ୍ଟ୍ର (୧୯୯୯୬୭), ମଣିପୁର (୧୪୯୧), ମେଘାଳୟ (୮୭), ମିଜୋରାମ (୧୮୩) ନାଗାଲାଣ୍ଡ୍ (୫୩୭), ଓଡ଼ିଶା (୧୫୨୦୧), ପୁଦ୍ଦୁଚେରୀ (୧୪୮୩), ପଞ୍ଜାବ (୮୦୯୬), ରାଜସ୍ଥାନ (୨୪୫୪୭), ସିକିମ୍ (୧୪୨), ତାମିଲନାଡୁ (୧୪୩୨୯୭), ତେଲେଙ୍ଗାନା (୪୦୩୩୪), ତ୍ରିପୁରା (୨୧୩୧), ଉତ୍ତରାଖଣ୍ଡ (୩୩୯୯), ଉତ୍ତରପ୍ରଦେଶ (୩୭୭୧୨) ଓ ପଶ୍ଚିମବଙ୍ଗ (୩୩୫୨୯) ।

ସମ୍ବନ୍ଧିତ ଖବର