ନୂଆଦିଲ୍ଲୀ : ଦେଶରେ ସଂଗଠିତ କ୍ଷେତ୍ରର ନିଯୁକ୍ତି ସ୍ଥିତିରେ ଉନ୍ନତି ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିରେ ସାମିଲ ହୋଇଥିବା ସଦସ୍ୟଙ୍କ ସଂଖ୍ୟାରୁ ଏହି ଚିତ୍ର ସ୍ପଷ୍ଟ ହୋଇଛି। ୨୦୨୦ ଜାନୁଆରି ତୁଳନାରେ ୨୦୨୧ ଜାନୁଆରିରେ ଇପିଏଫ୍ଓରେ ନୂଆ ସଦସ୍ୟଙ୍କ ସଂଖ୍ୟାରେ ନିଟ୍ ୨୭.୭୯ ପ୍ରତିଶତ ବୃଦ୍ଧି ଘଟି ୧୩.୩୬ ଲକ୍ଷରେ ପହଞ୍ଚିଛି। ୨୦୨୦ ଡିସେମ୍ବର ତୁଳନାରେ ୨୦୨୧ ଜାନୁଆରିରେ ଇପିଏଫ୍ଓରେ ସାମିଲ ସଦସ୍ୟଙ୍କ ସଂଖ୍ୟାରେ ୨୪ ପ୍ରତିଶତ ବୃଦ୍ଧି ଘଟିଛି। ଅର୍ଥାତ୍ ଇପିଏଫ୍ଓରେ ସାମିଲ ନୂଆ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରୋନା ପୂର୍ବବର୍ତ୍ତୀ ସ୍ତରକୁ ଫେରିବାର ସଙ୍କେତ ମିଳୁଛି। କରୋନା ମହାମାରୀ ସତ୍ତ୍ବେ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ୧୦ ମାସରେ ଇପିଏଫ୍ଓରେ ୬୨.୪୯ ଲକ୍ଷ ନୂଆ ସଦସ୍ୟ ଯୋଡ଼ି ହୋଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ ୬୧.୧୨ ଲକ୍ଷ ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ୭୮.୫୮ ଲକ୍ଷ ଲୋକ ସାମିଲ ହୋଇଥିବା ରିପୋର୍ଟରୁ ଜଣାଯାଇଛି।
ଜାନୁଆରିରେ ଇପିଏଫ୍ଓରେ ସାମିଲ ହେଲେ ୧୩.୩୬ ଲକ୍ଷ
/sambad/media/post_attachments/wp-content/uploads/2020/11/epfo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)