ଆସାମରେ ସୁରକ୍ଷା ବାହିନୀ ସମ୍ମୁଖରେ ଆତ୍ମସମର୍ପଣ କଲେ ୧୩ ‘ଆନଲା’ ଉଗ୍ରବାଦୀ

ଗୁଆହାଟି: ଅଲ୍‌ ଆଦିବାସୀ ନ୍ୟାସନାଲ ଲିବରେସନ୍‌ ଆର୍ମି (ଆନଲା)ର ୧୩ ଜଣ ଉଗ୍ରବାଦୀ ରବିବାର ଦିନ ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆତ୍ମସମର୍ପଣ କରିଥିବା ଉଗ୍ରବାଦୀମାନେ ସେମାନଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ସ୍ୱୟଂଚାଳିତ ରାଇଫଲ ସମେତ ଅନ୍ୟ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ସୁରକ୍ଷା ବାହିନୀ ନିିକଟରେ ଜମା କରଛନ୍ତି ବୋଲି ସେ କହିଛନ୍ତି। ଆସାମର ବୋକାଜନ ପୁଲିସ ଷ୍ଟେସନରେ ହୋଇଥିବା ଏହି ଆତ୍ମସମର୍ପଣ କାର୍ଯ୍ୟକ୍ରମରେ ଆସାମ ପୁଲିସ, ସିଆରପିଏଫ ଏବଂ ଆସାମ ରାଇଫଲ୍‌ସର ଶୀର୍ଷ ଅଧିକାରୀମାନେ ଉପସ୍ଥିତ ଥିଲେ ବୋଲି ସେ କହିଛନ୍ତି। ଏହି ଉଗ୍ରବାଦୀମାନେ ଚାରିଟି ଏକେ ସିରିଜ୍‌ ରାଇଫଲ୍‌, ଚାରିଟି ପିସ୍ତଲ, ଗୋଟିଏ ରିଭଲଭର ଏବଂ ଅନେକ ରାଉଣ୍ଡ ଗୁଳି ରଖିଥିଲେ ବୋଲି ଅଧିକାରୀ କହିଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଉଗ୍ରବାଦୀଙ୍କ ଆତ୍ମସମର୍ପଣ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ଏକ ବଡ଼ ପଦକ୍ଷେପ। ଅଲ୍‌ ଆଦିବାସୀ ନ୍ୟାସନାଲ ଲିବରେସନ୍‌ ଆର୍ମି (ଆନଲା) ଏବେ ଉଗ୍ରବାଦ ପରିହାର କରି ବର୍ତ୍ତମାନ ସରକାରଙ୍କ ସହ ଶାନ୍ତି ଆଲୋଚନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର