ନେପାଳର ଆଖାମରେ ଭୂସ୍ଖଳନ:୧୩ ଜଣ ମୃତ, ୧୦ ନିଖୋଜ

କାଠମାଣ୍ଡୁ: ଦୂର ପଶ୍ଚିମ ନେପାଳର ଆଖାମ ଜିଲ୍ଲାର ଭୂସ୍ଖଳନ ଯୋଗୁ ଆଖାମ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ନିଖୋଜ ଅଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅତି କମରେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ଡେପୁଟି ଚିଫ୍ ଜିଲ୍ଲା ଅଧିକାରୀ ଦୀପେଶ ରିଜଲ କହିଛନ୍ତି।

ଏହି ବିପର୍ଯ୍ୟୟ ପରେ ନେପାଳ ଗୃହମନ୍ତ୍ରୀ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ହେଲିକପ୍ଟର ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଭୂସ୍ଖଳନ ପରେ ସେଠାକାର ଲୋ‌େ ଭୟଭୀତ ହୋଇପଡ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର