ମୁମ୍ବାଇ: ବୁଧବାର ମୁମ୍ବାଇରେ ହୋଇଥିବା ନୀଳକମଳ ବୋଟ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ୩ ଜଣ ନୌସେନା କର୍ମଚାରୀ ଅଛନ୍ତି ।
ପ୍ରାଥମିକ ସୂଚନା ଅନୁଯାୟୀ କରଞ୍ଜା ନିକଟରେ ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଡଙ୍ଗାରେ ୮୫ ଜଣ ଯାତ୍ରୀ ଥିଲେ । ତେବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ଦ୍ୱାରା ପ୍ରକାଶିତ ସୂଚନା ଅନୁଯାୟୀ, ୧୦୧ ଜଣଙ୍କୁ ଉଦ୍ଧାର କରାଯାଇଛି। ନୌସେନା ଓ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଫଡନାଭିସ କହିଛନ୍ତି ଯେ ଅପରାହ୍ଣ ପ୍ରାୟ ୩ଟା ୫୫ ମିନିଟରେ ଏକ ନୌସେନା ଡଙ୍ଗା ନୀଳକମଳ ନାମକ ଏକ ଯାତ୍ରୀବାହୀ ଡଙ୍ଗା ସହ ଧକ୍କା ହୋଇଥିଲା। ସମୁଦାୟ ୧୦୧ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।
ଡଙ୍ଗାଟି ମୁମ୍ବାଇରୁ ଏଲିଫଣ୍ଟା ଦ୍ୱୀପ ଅଭିମୁଖେ ଯାଉଥିବା ବେଳେ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ କରଞ୍ଜାର ଉରାନ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)