ଅକାଳରେ ଚାଲିଯାଉଛି କାଉଡିଆଙ୍କ ଜୀବନ, ଦିନକରେ ରାସ୍ତା ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ

ହରିଦ୍ୱାର: ମହାଦେବଙ୍କ ପାଇଁ ମାନସିକ ନେଇ ପାଣି ଢ଼ାଳିବା ପୂର୍ବରୁ ଚାଲିଗଲା ଜୀବନ | ରାସ୍ତା ଦୁର୍ଘଟଣାରେ ଦେଶରେ ଦିନକରେ ୧୩ ଜଣ କାଉଡ଼ିଆଙ୍କର ଜୀବନ ଚାଲିଯାଇଛି | ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତରାଖଣ୍ଡରେ ତିନିଟି ପୃଥକ ଦୁର୍ଘଟଣା ଘଟି ୭ ଜଣ କାଉଡ଼ିଆଙ୍କର ମୃତ୍ୟୁ ହୋଇଯାଇଛି | ଆଜି ସକାଳେ ଉତ୍ତରାଖଣ୍ଡର ବୈରାଗୀ ଅଂଚଳରେ ରାସ୍ତା କଡରେ ସୋଇଥିବାବେଳେ ୨ କାଉଡିଆଙ୍କ ଉପରେ ଗାଡି ଚଢ଼ିଯାଇଥିଲା | ସେହିପରି ପ୍ରେମନଗରରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣ କାଉଡ଼ିଆଙ୍କର ମୃତ୍ୟୁ ହୋଇଯାଇଛି |

ରୁର୍କି-ହରିଦ୍ୱାର ଜାତୀୟ ରାଜପଥର କୋର କଲେଜ ନିକଟରେ ମଧ୍ୟ ଦୁଇ ଜଣ କାଉଡିଆଙ୍କୁ ଏକ କାର ଧକ୍କା ଦେବାରୁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା | ତେବେ ଏହି ଘଟଣାକୁ ନେଇ ପୁଲିସ କହିଛି ଯେ ଦୁର୍ଘଟଣା ପରେ ସମୁଦାୟ ୮ ଜଣ କାଉଡିଆଙ୍କୁ ଡାକ୍ତରଖାନାକୁ ପଠାଯାଇଥିବାବେଳେ ୭ ଜଣକର ମୃତ୍ୟୁ ହୋଇଯାଇଛି ଓ ଜଣେ କାଉଡିଆ ଚିକିତ୍ସିତ ହେଉଛନ୍ତି। ସୂଚନା ଥାଉ କି ଉତ୍ତରାଖଣ୍ଡ ଭଳି ଉତ୍ତରପ୍ରଦେଶର ସାଦାବାଦ ସହରରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ ଜଣ କାଉଡ଼ିଆଙ୍କ ମୃତ୍ୟୁ ହୋଇଥିଲା ।

କାଉଡ଼ିଆମାନେ ହରିଦ୍ବାରରୁ ଫେରି ଗ୍ବାଲିୟର ଯାଉଥିବା ବେଳେ ଏକ ଦ୍ରୁତଗାମୀ ଟ୍ରକ୍‌ ରାତି ପ୍ରାୟ ୨.୧୫ ସମୟରେ ୭ କାଉଡ଼ିଆଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୨ ଜଣଙ୍କୁ ହସ୍ପିଟାଲ ନିଆଯାଇଥିଲା। ତେବେ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର