ବିଗ୍‌ବସ୍‌ ସେଟ୍‌ରେ ତିଆରି ହୋଇଥିବା ୧୩ଟି ଶୌଚାଳୟକୁ ଭାଙ୍ଗିଲା ଲୋନାଓ୍ଵାଲା ନଗର ପରିଷଦ

ମୁମ୍ବାଇ: ରିୟଲିଟି ସୋ’ ବିଗ୍‌ବସ୍‌ର ସୁଟିଂସେଟ୍‌ରେ ବେଆଇନ୍‌ ଭାବରେ ତିଆରି କରାଯାଇଥିବା୧୩ଟି ଶୌଚାଳୟ ବ୍ଲକ୍‌କୁ ଲୋନାଓ୍ଵାଲା ନଗର ପରିଷଦ ଭାଙ୍ଗି ଦେଇଛି । ଏହି ବେଆଇନ ନିର୍ମାଣ ଭଙ୍ଗାକୁ ବିଗ୍‌ବସ୍‌ ପ୍ରଯୋଜନା ସଂସ୍ଥାର କର୍ମଚାରୀମାନେ ବାଧା ଦେଇଥିଲେ ମଧ୍ୟ ଲୋନାଓ୍ଵାଲା ନଗର ପରିଷଦ ଏହାକୁ ଭାଙ୍ଗିବାରେ ସଫଳ ହୋଇଛି ।

‘ଏଥିପାଇଁ ଆମେ ସେମାନଙ୍କୁ ନଭେମ୍ବର ୨୭ ରେ ନୋଟିସ ଜାରି କରିଥିଲୁ । ୭ ଦିନ ବିତି ଯାଇଥିବା ବେଳେ ସେମାନଙ୍କ ତରଫରୁ କୌଣସି ଉତ୍ତର ଆସି ନଥିଲା । ସେଥିପାଇଁ ଆମେ ୧୩ଟି ବେଆଇନ୍‌ ଭାବରେ ତିଆରି କରାଯାଇଥିବା ଶୌଚାଳୟ ବ୍ଲକ୍‌କୁ ଭାଙ୍ଗିବାକୁ ବାଧ୍ୟ ହୋଇଥିଲୁ ବୋଲି କହିଛନ୍ତିଲୋନାଓ୍ଵାଲା ନଗର ପରିଷଦର ସିଇଓ ସଚିନ୍‌ ପାଓ୍ଵାର । ବମ୍ବେ ପ୍ରାନ୍ତୀୟ ନଗର ନିଗମ ଅଧିନିୟମ ଅନୁଯାୟୀ ଆମେ ଏହା କରିଛୁ । ଏହି ଅଧିନିୟମ ଅନୁଯାୟୀ ନୋଟିସ ଜାରିର ଗୋଟେ ଦିନ ପରେ ଆମେ ବେଆଇନ ଭାବେ ତିଆରି କରାଯାଇଥିବା ଜିନିଷକୁ ହଟାଇ ପାରିବୁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେଟ୍‌ରେ ଆଉ କିଛି ଶୌଚାଳୟ ମଧ୍ୟ ରହିଛି ଯାହା ପାଇଁ ସେମାନେ ଅନୁମତି ନେଇଛନ୍ତି । କିନ୍ତୁ ଏହି ୧୩ଟି ଶୌଚାଳୟ ବ୍ଲକ୍‌ ବିନା ଅନୁମତିରେ ତିଆରି କରାଯାଇଥିବାରୁ ଅମେ ଏହା କରିଛୁ ବୋଲି କହିଛନ୍ତି ସଚିନ୍‌ ପାଓ୍ଵାର ।

ସମ୍ବନ୍ଧିତ ଖବର