ଆଗ୍ରା: ବୁଧବାର ବିଳମ୍ବିତ ରାତ୍ରୀରେ ଆଗ୍ରା-ଲକ୍ଷ୍ନୌ ଏକ୍ସ୍ପ୍ରେସ୍େଓ୍ଵରେ ଏକ ବସ୍ ଏକ ଟ୍ରଲର୍ ଟ୍ରକ୍ ପଛରେ ଧକ୍କା ଖାଇବାରୁ ଅନ୍ୟୂନ ୧୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ୩୧ଜଣ ଆହତ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ୪୦ଜଣ ଯାତ୍ରୀଙ୍କୁ ନେଇ ଘରୋଇ ବସ୍ଟି ଦିଲ୍ଲୀରୁ ବିହାରର ମୋତିହାରି ଅଭିମୁଖେ ଯାଉଥିଲା। ରାତି ପ୍ରାୟ ୧୦ଟା ବେଳେ ବସ୍ଟି ଫିରୋଜାବାଦ ଜିଲ୍ଲା ଅନ୍ତର୍ଗତ ନାଗଲା ଖାଙ୍ଗର ଥାନା ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବ୍ୟକ୍ତିଙ୍କ ଠାରୁ ପ୍ରକାଶ ଯେ ପଙ୍କଚର୍ ହୋଇଥିବା ଟାୟାର୍ ବଦଳାଇବାକୁ ଟ୍ରକ୍ଟି ରାସ୍ତାରେ ଅଟକିଥିଲା। ଏହି ସମୟରେ ଯାତ୍ରୀବାହୀ ବସ୍ଟି ଯାଇ ତା’ ପଛରେ ଧକ୍କା ଖାଇଥିଲା।
 Image Source: The Times of Indiaଚିକିତ୍ସା ନିମନ୍ତେ ଆହତମାନଙ୍କୁ ସୈଫାଇ ମେଡିକାଲ୍ କଲେଜକୁ ନିଆଯାଇଛି।
ଦୁର୍ଘଟଣା ବିଷୟରେ ଜାଣିବା ପରେ ଉଦ୍ଧାର କାର୍ଯ୍ୟ ତଦାରଖ କରିବା ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଜିଲ୍ଲାପାଳ ଏବଂ ବରିଷ୍ଠ ପୁଲିସ ସୁରିଣ୍ଟେଣ୍ଡେଣ୍ଟ୍ଙ୍କୁ ଘଟଣାସ୍ଥଳକୁ ଯିବାପାଇଁ ନିର୍ଦେଶ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/bus-truck1-1.jpg)