ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ଅଟୋ ଉପରେ ମାଡ଼ିଗଲା ବସ୍, ୧୨ ମହିଳାଙ୍କ ସମେତ ୧୩ ମୃତ

ଭୋପାଳ:  ମଧ୍ୟପ୍ରଦେଶ ଗ୍ବାଲିୟରଠାରେ ମଙ୍ଗଳବାର ଦିନ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ପୁରାନୀ ଛାବନୀଠାରେ ଅଟୋ ଓ ବସ୍ ମଧ୍ୟରେ ଦୁର୍ଘଟଣା ଘଟି ୧୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୧୨ ଜଣ ମହିଳା ଥିବା ବେଳେ ଜଣେ ଅଟୋ ଡ୍ରାଇଭର ଅଛନ୍ତି । ସୂଚନା ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନା ମୁତାବକ ବସଟି ଗ୍ବାଲିୟରରୁ ମୁରେନା ଯାଉଥିବା ସମୟରେ ଅଟୋ ଉପରେ ଚଢ଼ି ଯାଇଥିଲା। ମୃତ୍ୟୁବରଣ କରିଥିବା ମହିଳାମାନେ ପ୍ରଥମେ ୨ଟି ଅଟୋରେ ଯାଉଥିବା ବେଳେ ଗୋଟିଏ ଅଟୋ ଖରାପ ହୋଇଯାଇଥିଲା । ଫଳରେ ସେମାନେ ଗୋଟିଏ ଅଟୋରେ ଖୁନ୍ଦାଖୁନ୍ଦି ହୋଇ ବସି ପଡ଼ିଥିଲେ । ହଠାତ  ବସ୍‌ଟି ତୀବ୍ର ବେଗରେ ଆସି ଅଟୋ ଉପରେ ମାଡ଼ି ଯାଇଥିଲା । ଫଳରେ ଅଟୋରେ ଥିବା ସମସ୍ତ ୧୨ ଜଣ ମହିଳା ଓ ଅଟୋ ଡ୍ରାଇଭରଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

Newsdig.in

ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି । ଏହାସହ ପ୍ରତି ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଅନ୍ୟପଟେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ସେମାନଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ବି ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର