ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଶନିବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ପୁନେର ପିମ୍ପଲ ଗୌରବରୁ ଗୋରେଗାଓଁକୁ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ ଆଜି ପୁନେ- ରାୟଗଡ଼ ସୀମା ନିକଟରେ ଏକ ଖାଇକୁ ଖସି ପଡ଼ିବାରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୫ରୁ ଅଧିକ ଆହତ ହୋଇଛନ୍ତି।

Advertisment

ଦୁର୍ଘଟଣା ସମୟରେ ବସ୍‌ରେ ୪୧ ଜଣ ଯାତ୍ରୀ ଥି‌ଲେ। ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ରାୟଗଡ଼ ଏସପି କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ଟ୍ବିଟ୍‌ କରି ଦୁର୍ଘଟଣାକୁ ‘ଦୁର୍ଭାଗ୍ୟଜନକ’ ବୋଲି କହିବା ସହ ମୃତକଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଆହତଙ୍କ ଚିକିତ୍ସା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପଦକ୍ଷେପ ନିଆଯାଇଛି ବୋଲି ଶାହ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ଦୁର୍ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।