ସୁରଟ: ଗୁଜୁରାଟର ସୁରଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ସୁରଟର କିମ୍ ଚାର୍ ରାସ୍ତାର ଫୁଟ୍ପାଥରେ ଶୋଇଥିବା ୧୮ ଜଣଙ୍କ ଉପରେ ଏକ ଟ୍ରକ୍ ଚଢ଼ିଯିବାରୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତକମାନେ ହେଉଛନ୍ତି ଶ୍ରମିକ ଓ ସେମାନଙ୍କ ଘର ରାଜସ୍ଥାନର ବନଶ୍ବାରା ଜିଲ୍ଲାରେ ବୋଲି ଜଣାପଡ଼ିଛି।
Gujarat: 13 people died after they were run over by a truck in Kosamba, Surat.
Police says, "All the deceased are labourers and they hail from Rajasthan." pic.twitter.com/E9uwZnrgeO
— ANI (@ANI) January 19, 2021
ଜାଣିବାକୁ ମିଳିଛି ଯେ ଶ୍ରମିକମାନେ ଫୁଟ୍ପାଥ୍ରେ ଶୋଇଥିବା ବେଳେ ସେହି ରାସ୍ତାରେ ଯାଉଥିବା ଏକ ଟ୍ରକ୍କୁ ଆଖୁ ବୋଝେଇ ଟ୍ରାକ୍ଟରଟି ଆସି ପିଟି ଦେଇଥିଲା। ଫଳରେ ଟ୍ରକ୍ ଚାଳକ ଜଣକ ନିୟନ୍ତ୍ରଣ ହରାଇ ଫୁଟ୍ପାଥ୍ ଉପରକୁ ମାଡ଼ି ଯାଇଥିଲେ। ସେଠାରେ ଶୋଇଥିବା ସମସ୍ତଙ୍କ ଉପରେ ଗାଡ଼ି ଚଢ଼ି ଯାଇଥିଲା। ସମୁଦାୟ ୧୮ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାକି ୫ ଜଣ ଶ୍ରମିକମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।