ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଘରୋଇ ମାଲିକାନାରେ ଚାଳିତ ଏକ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ୍ର ଗୋଟିଏ ୟୁନିଟ୍ରେ ଆଜି ସକାଳେ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଗୋଟାଏ ବଏଲର୍ର ଟିଣ ଛପର ଖସିପଡ଼ିବାରୁ ୧୩ଜଣ ଶ୍ରମିକ ଆହତ ହୋଇଛନ୍ତି।
ରାଜ୍ୟ ରାଜଧାନୀ ଲକ୍ଷ୍ନୌ ଠାରୁ ପ୍ରାୟ ୩୫୦ କିଲୋମିଟର୍ ଦୂର ସୋନଭଦ୍ରା ଜିଲ୍ଲାରେ ଅବସ୍ଥିତ ‘ଲାଙ୍କୋ ଆନପାରା ପାଓ୍ଵାର୍ ଲିମିଟେଡ୍’ର ‘ପାଓ୍ଵାର୍ ଜେନେରେଟିଙ୍ଗ୍ ୟୁନିଟ୍’ମାନଙ୍କ ମଧ୍ୟରୁ ଗୋଟିକରେ ମରାମତି ଚାଲିଥିବା ବେଳେ ଦୁର୍ଘଟଣାଟି ଘଟିଛି।
ସେ ଅଞ୍ଚଳରେ ଥିବା ଏକ ଡାକ୍ତରଖାନାରେ ପ୍ରାଥମିକ ଉପଚାର ପରେ ଆଠଜଣ ଶ୍ରମିକଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଥିବା ବେଳେ ଅନ୍ୟ ପାଞ୍ଚଜଣଙ୍କର ଚିକିତ୍ସା ଚାଲିଥିବା କଥା ସେ ୟୁନିଟ୍ ଚଳାଇଥିବା ‘ପାଓ୍ଵାର୍ କମ୍ପାନି’ର ଏକ ବିବୃତିରେ ଉଲ୍ଲେଖ ଅଛି।
Image Courtesy of The Hans Indiaଆହତମାନଙ୍କୁ ସବୁ ପ୍ରକାର ସମ୍ଭାବ୍ୟ ସହାୟତା ଯୋଗାଇବା ଦେବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରୀ କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ବିବୃତିରେ ଉଲ୍ଲେଖ ଅଛି ଯେ, ସୋନଭଦ୍ରାସ୍ଥିତ ଘରୋଇ କମ୍ପାନି ପରିଚାଳିତ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ୍ ‘ଲାଙ୍କୋ କମ୍ପାନି’ରେ ଘଟିଥିବା ଦୁର୍ଘଟଣା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ଅବଗତ ହୋଇଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ଲାଗି ସେ ଆଞ୍ଚଳିକ ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ଦୁର୍ଘଟଣା ସଂକ୍ରାନ୍ତରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଶକ୍ତି ବିଭାଗର ଅତିରିକ୍ତ ସଚିବଙ୍କୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/up-pp.jpg)