ନୂଆଦିଲ୍ଲୀ : ଓଡ଼ିଶାରେ ଗତ ବର୍ଷ ମୋଟ୍ ୧୩ଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ସାଂସଦ ସରୋଜିନୀ ହେମ୍ବ୍ରମ୍ଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଜୟରାମ ଗଡକରୀ।
କେନ୍ଦ୍ର ମନ୍ତ୍ରୀଙ୍କ ସୂଚନା ଅନୁସାରେ,ଏନ୍ଏଚ୍-୨୧୫ ଅନ୍ତର୍ଗତ ରିମୁଳି-କୋଇଡ଼ା ସେକସନ୍କୁ ୪ ଥାକିଆ, ଏନ୍ଏଚ୍-୨୧୫ ଅନ୍ତର୍ଗତ କୋଇଡ଼ା ରାଜମୁଣ୍ଡା ସେକସନ୍କୁ ୪ ଥାକିଆ, ଦୁଇ କିଲୋମିଟର ବ୍ୟାପୀ ଖଣ୍ଡଗିରି ଫ୍ଲାଇଓଭରର ନିର୍ମାଣ, ଏନ୍ଏଚ୍-୨୩ ଅନ୍ତର୍ଗତ ବୀରମିତ୍ରପୁର-ବ୍ରାହ୍ମଣୀ ବ୍ରିଜ୍ ଶେଷ ସେକସନର ୪ ଥାକିଆ, ଏନ୍ଏଚ୍-୬ ଅନ୍ତର୍ଗତ ସିଙ୍ଗାରା-ବିଞ୍ଜାବାହଲର ୪ ଥାକିଆ, ଏନ୍ଏଚ୍-୫ ଅନ୍ତର୍ଗତ ଚଣ୍ଡିଖୋଲ-ଭଦ୍ରକ ସେକସନ୍କୁ ୬ ଥାକିଆ, ଏନ୍ଏଚ୍-୫ ଅନ୍ତର୍ଗତ ପୁଇତୋଲା-ଟାଙ୍ଗିର ୬ ଥାକିଆ, ଏନ୍ଏଚ୍-୨୩ ଅନ୍ତର୍ଗତ ରାଜମୁଣ୍ଡା-ବାରକୋଟ୍ର ୪ ଥାକିଆ, ଏନ୍ଏଚ୍ ୨୩ ଅନ୍ତର୍ଗତ ରାହାମଣି ବ୍ରିଜ୍ ଶେଷ ଠାରୁ ରାଜମୁଣ୍ଡ ସେକସନ୍ର ୪ ଥାକିଆ, ଏନ୍ଏଚ୍-୨୦୦ ଅନ୍ତର୍ଗତ ତାଳଚେର-କାମାକ୍ଷାନଗର ସେକସନ୍ର ୪ ଥାକିଆ, ଏନ୍ଏଚ୍-୨୦୦ ଅନ୍ତର୍ଗତ କାମାକ୍ଷାନଗର-ଡୁବୁରି ସେକ୍ସନ୍ର ୪ ଥାକିଆ, ଏନ୍ଏଚ୍-୪୧୪ ଅନ୍ତର୍ଗତ ଟାଙ୍ଗି-ଭୁବନେଶ୍ବରର ୬ ଥାକିଆ ଏବଂ ଏନ୍ଏଚ୍-୫ ଅନ୍ତର୍ଗତ ଭଦ୍ରକ-ବାଲେଶ୍ବରର ୬ ଥାକିଆ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି।