୧୮ଦିନ ଧରି ଗୁମ୍ଫାରେ ଫସି ରହିଥିବା ୧୩ ଜଣଙ୍କ ଓଜନ ୨ କିଲୋ କମିଛି, କେତେକ ନିମୋନିଆ ଆକ୍ରାନ୍ତ ହୋଇଛନ୍ତି

ଚିଆଙ୍ଗ ରାଇ: ଥାଇଲାଣ୍ଡର କାଳ ଗୁମ୍ଫାରେ ୧୮ଦିନ ଧରି ଫସି ରହିଥିବା ୧୨ଜଣ ବାଳକ ଫୁଟବଲ ଖେଳାଳି ଏବଂ ତାଙ୍କ କୋଚ୍‌ଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାରକାରୀ ଦଳର କଠିନ ଉଦ୍ୟମ ପରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଫସି ରହିଥିବା ସମସ୍ତ ୧୩ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବା ପରେ ବିଶ୍ୱବାସୀ ଉଦ୍ଧାରକାରୀ ଦଳର କାର୍ଯ୍ୟକୁ  ପ୍ରଶଂସା କରିଛନ୍ତିି । ତେବେ ଉଦ୍ଧାର କରାଯିବା ପରେ ଖେଳାଳିଙ୍କର  କୌଣସି ଶାରୀରିକ ସମସ୍ୟା ହୋଇଛି କି ନାହିଁ ତାହା ନିରୂପଣ ଲାଗି ଡ଼ାକ୍ତରୀ ପରୀକ୍ଷା କରାଯାଇଥିଲା । ପରୀକ୍ଷା ପରେ ସମସ୍ତଙ୍କର ଓଜନ ୨କେଜି ହ୍ରାସ ପାଇଥିବା ବେଳେ କିଛି ପିଲାଙ୍କୁ ନିମୋନିଆ ହୋଇଥିବା ଜଣାପଡ଼ିଛି । ଓଜନ ହ୍ରାସ ହେବା ଦ୍ୱାରା ସେମାନଙ୍କ ଶରୀର ପାଇଁ  କୌଣସି ବିପଦ ନାହିଁ ବୋଲି ଥାଇ ମେଡ଼ିକାଲ ଟିମ୍‌ ପକ୍ଷରୁ କୁହାଯାଇଛି ।

The English Post

ଦୁଇ ସପ୍ତାହରୁ ଅଧିକ ଦିନ ଗୁମ୍ଫା ମଧ୍ୟରେ ରହି ଜୀବିତ ରହିବା କେବଳ ଫୁଟ୍‌ବଲ କୋଚ୍‌ଙ୍କ ପାଇଁ ସମ୍ଭବ ହୋଇ ପାରିଥିବା ଜଣାପଡ଼ିଛି । ଏଥିପାଇଁ ୧୨ଜଣ ଫୁଟ୍‌ବଲ ଖେଳାଳିଙ୍କ ପରିବାର ଲୋକେ କୋଚ୍‌ଙ୍କୁ ଧନ୍ୟବାଦ୍‌ ଜଣାଇଛନ୍ତି । ସୂଚନା ମୁତାବକ, ଉଦ୍ଧାରକାରୀ ଦଳକୁ ସମସ୍ତ ୧୩ଜଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟ ୩ଦିନ ସମୟ ଲାଗିଥିଲା । ପ୍ରଥମ ଏବଂ ଦ୍ୱିତୀୟ ଦିନରେ ୮ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ତୃତୀୟ ଦିନରେ କୋଚ୍‌ ଏବଂ ୪ଜଣ ଫଟ୍‌ବଲ ଖେଳାଳୀଙ୍କୁ ଉଦ୍ଧାର କରାଯାଇଥିଲା ।

ସମ୍ବନ୍ଧିତ ଖବର