ହିମାଚଳପ୍ରଦେଶ: ୧୩ ଯବାନ ପ୍ରାଣ ହରାଇଲେ

ସୋଲାନ୍‌ : ହିମାଚଳପ୍ରଦେଶ କୋଠା ଭୁଶୁଡ଼ିବା ଘଟଣାରେ ଗତକାଲି ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ମୃତ୍ୟୁସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ୧୪ ମୃତକଙ୍କ ମଧ୍ୟରେ ୧୩ ଜଣ ଯବାନ ଅଛନ୍ତି। ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବାବେଳେ ଆହୁରି ୧୨ ଜଣ ଗୁରୁତର ଆହତ ହୋଇଛନ୍ତି। ୫ ମହଲା ବିଶିଷ୍ଟ କୋଠାରେ ଫଶି ରହିଥିବା ସମସ୍ତ ୪୨ ଜଣଙ୍କୁ ଉଦ୍ଧାର କରାଯାଇଛି। କୋଠା ମଧ୍ୟରେ ଫସି ରହିଥିବା ସମୁଦାୟ ୪୨ ଜଣଙ୍କ ମଧ୍ୟରେ ୩୦ ଜଣ ସେନା ଯବାନ ଥିବାବେଳେ ୧୨ ଜଣ ସାଧାରଣ ନାଗରିକ ଥିଲେ।

ସମ୍ବନ୍ଧିତ ଖବର