ନୂଆଦିଲ୍ଲୀ: ୟୁକ୍ରେନ୍ର ଗୋଟାଏ ଦ୍ବୀପରେ ଆତ୍ମସମର୍ପଣ କରିବାକୁ ଅଗ୍ରାହ୍ୟ କରିଥିବା ୧୩ଜଣ ସୈନିକଙ୍କୁ ରୁଷ୍ର ଏକ ଯୁଦ୍ଧ ଜାହାଜ ହତ୍ୟା କରିଥିବା କଥା ଆମେରିକାର ‘ବିଏନ୍ଓ ନିଉଜ୍’ ରିପୋର୍ଟ କରିଛି।
ଉକ୍ତ ସୈନିକମାନଙ୍କୁ ଧମକ ଦେଇ ରୁଷୀୟ ଯୁଦ୍ଧପୋତ କହିଥିଲା, ଅସ୍ତ୍ରତ୍ୟାଗ କରି ଆତ୍ମସମର୍ପଣ କର ନଚେତ ଆକ୍ରମଣର ସରବ୍ୟ ହେବ। ପ୍ରତ୍ୟୁତ୍ତର ଦେଇ ୟୁକ୍ରେନୀୟ ସୈନିକମାନେ ରୁଷୀୟ ଯୁଦ୍ଧପୋତକୁ ଅସଭ୍ୟ ଭାଷାରେ ଗାଳି ଦେଇଥିଲେ। ଫଳରେ ରୁଷ୍ର ଯୁଦ୍ଧପୋତ ଉକ୍ତ ୧୩ଜଣ ସୈନିକଙ୍କୁ ହତ୍ୟା କରିଥିଲା।
ସେହିପରି, ୟୁକ୍ରେନ୍ର ହେଭିୱେଟ୍ ବକ୍ସିଙ୍ଗ୍ ଚାମ୍ପିଆନ୍ ଭ୍ରାତା ଭିତାଲି କ୍ଲିତିଶ୍ଚ୍କୋ ଏବଂ ତାଙ୍କ ଭାଇ ୱାଲ୍ଦିମିର୍ କ୍ଲିତିଶ୍ଚ୍କୋ ମଧ୍ୟ ରୁଷ୍ ବିରୋଧରେ ଚାଲିଥିବା ଲଢ଼େଇରେ ଯୋଗ ଦେବେ ବୋଲି ଘୋଷଣା କରିଛନ୍ତି। ଭିତାଲି କ୍ଲିତିଶ୍ଚ୍କୋ ୨୦୧୪ରୁ କିଏଭ୍ର ମେୟର୍ ଅଛନ୍ତି।
Image Courtesy of Sydney Morning Heraldଆଜି ପଶ୍ଚିମ ୟୁକ୍ରେନ୍ର ଭିଭ୍ରେ ଏବଂ କିଏଭ୍ରେ ବିମାନ ଆକ୍ରମଣ ସାଇରନ୍ ବା ସତର୍କସୂଚନା ବାଜା ଯାଇଥିଲା। ଆଜି ପ୍ରତ୍ୟୁଷରେ କିଏଭ୍ ଆକାଶରେ ଉଡୁଥିବା ରୁଷ୍ର ଏକ ଲଢୁଆ ବିମାନକୁ ୟୁକ୍ରେନୀୟ ସେନା ଗୁଳି ମାରି ଖସାଇ ଦେଇଥିବା ଭିଡିଓ ଜାରି କରାଯାଇଛି। ସେ ବିମାନଟି ଗୋଟାଏ ଆବାସିକ ବାସଭବନ ଉପରେ ପଡ଼ିବାରୁ ସେଥିରେ ନିଆଁ ଲାଗିଯାଇଥିବା କଥା ୟୁକ୍ରେନୀୟ ଗୃହମନ୍ତ୍ରାଳୟର ଜଣେ ଉପଦେଷ୍ଟା କହିଛନ୍ତି।
ଏହ ବ୍ୟତିରେକେ, ଆଜି ମସ୍କୋରେ ୧୦୦୦ ଯୁଦ୍ଧ ବିରୋଧୀ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଛି। ଯୁକ୍ତରାଷ୍ଟ୍ର ଆମେରିକାର ଲସ୍ ଏଞ୍ଜେଲେସ୍ ଏବଂ ରାଜଧାନୀରେ ମଧ୍ୟ ୟୁକ୍ରେନ୍ ଆକ୍ରମଣ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/island.jpg)