ବୁଡ଼ି ଯାଉଥିବା ତିନିଜଣଙ୍କୁ ଉଦ୍ଧାର କରିବା ପରେ ଚତୁର୍ଥ ଜଣଙ୍କୁ ବଞ୍ଚାଇବାକୁ ଗଲା ବେଳକୁ ଚାଲିଗଲା ୧୩ବର୍ଷ ବାଳିକାଙ୍କ ଜୀବନ

ନୂଆଦିଲ୍ଲୀ: ରାଜସ୍ଥାନର ଘୋଲପୁର ଜିଲ୍ଲାରେ ଛୋଟଛୋଟ ୫ଜଣ ପିଲା ଅଗଷ୍ଟ ୨୩ ତାରିଖ ଦିନ ପାର୍ବତୀ ନଦୀରେ ଫୁଲ ବିସର୍ଜନ କରିବାକୁ ଯାଇଥିଲେ। ଏହି ବିସର୍ଜନ ସମୟରେ ପାଣିରେ ବୁଡ଼ି ଯାଇ ଦୁଇଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ  ଉଦ୍ଧାର କରି ମାନିୟା ସରକାରୀ ହସ୍ପିଟାଲର ବ୍ୟବଚ୍ଛେଦ ଗୃହରେ ରଖି୍‌ଥିଲା। ଏହାପରେ ମୃତ ଶିଶୁଙ୍କ ପରିବାରଲୋକଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ହସ୍ତାନ୍ତର କରି ଦିଆଯାଇଥିଲା।

ସୂଚନାଯୋଗ୍ୟ, ଅନୁଷ୍କା (୧୩ବର୍ଷ), ଛବି (୭ବର୍ଷ), ଖୁସବୁ (୧୨ବର୍ଷ), ପଙ୍କଜ (୧୦ବର୍ଷ) ଓ ଗୋବିନ୍ଦା ((୧୦ବର୍ଷ) ନିକଟସ୍ଥ ପାର୍ବତୀ ନଦୀକୁ ଫୁଲ ବିର୍ସଜନ ପାଇଁ ଯାଇଥିଲେ। ଏହି ସମୟରେ ଅସାବଧାନତା ହେତୁ ପାର୍ବତୀ ନଦୀରେ ଛବି, ଖୁସବୁ, ପଙ୍କଜ ଓ ଗୋବିନ୍ଦା ୪ଜଣ ପିଲା ବୁଡ଼ି ଯାଉଥିଲେ। ଏହି ସମୟରେ ଏମାନଙ୍କ ମଧ୍ୟରେ ବୟସରେ ବଡ଼ ଥିବା ଅନୁଷ୍କା ତିନିଜଣଙ୍କୁ ଉଦ୍ଧାର କରିଥିଲା। କିନ୍ତୁ ଚତୁର୍ଥ ପିଲା ଛବିକୁ ଉଦ୍ଧାର କରିବା ବେଳେ ଅନୁଷ୍କାଙ୍କ ମୃତ୍ୟୁ ହୋଇଯାଇଥିଲା।

 

ସମ୍ବନ୍ଧିତ ଖବର