ଫିନିକ୍ସ୍‌: ଆମେରିକାର ଏରିଜୋନା ପ୍ରଦେଶରେ ଥିବା ‘ଗ୍ରାଣ୍ଡ୍ କେନିୟନ୍‌’ ନାମକ ପର୍ବତ ଖାଇରୁ ପ୍ରାୟ ୧୦୦ ଫୁଟ୍‌ ତଳକୁ ଖସି ପଡ଼ି ମଧ୍ୟ ଜଣେ ୧୩ ବର୍ଷିୟ ବାଳକ ବଞ୍ଚିଯାଇଥିବା କଥା ‘ବିବିସି’ ରିପୋର୍ଟ କରିଛି।

Advertisment

ଏହି ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀର ଉତ୍ତର ପ୍ରାନ୍ତରେ ଅତଡ଼ା ଖାଇଥିବା ପାହାଡ଼ ଚଟାଣ ଉପରୁ ମଙ୍ଗଳବାର ଦିନ ୧୩ ବର୍ଷିୟ ବାଳକ ୱିୟଟ୍‌ କଫ୍‌ମ୍ୟାନ୍‌ ତଳକୁ ଖସିପଡ଼ିଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରିବା ଲାଗି ଉଦ୍ଧାରକାରୀମାନଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ବିମାନ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା। ଆବଶ୍ୟକ ଚିକିତ୍ସା ପରେ ତାଙ୍କୁ ‘ଡିସ୍‌ଚାର୍ଜ’ କରାଯାଇଛି।

publive-image Image Courtesy of NDTV

ଡାକ୍ତରଖାନାରେ ଥିବା ବେଳେ ଫିନିକ୍ସ ଟେଲିଭିଜନ୍‌ ଷ୍ଟେସନ୍‌ ‘କେପିଏନ୍‌ଏକ୍ସ୍‌’କୁ ୱିୟଟ୍‌ କହିଛନ୍ତି, ସେ ସେଠାକୁ ସପରିବାର ବୁଲି ଆସିଥିଲା। କ’ଣ କଲେ ସେଠାକୁ ଯାଇଥିବା ପର୍ଯ୍ୟଟମାନେ ତାଙ୍କର ଫଟୋ ଉଠାଇବେ, ବିଚାରି ସେ କିଛି ବିଚିତ୍ର କାମ କରିବାକୁ ଚାହୁଁଥିଲା। ତେଣୁ, ସେ ଖାଇ ଧାରକୁ ଚାଲିଯାଇ ଗୋଟିଏ ହାତରେ ଖଣ୍ଡେ ପଥରକୁ ଜାବୁଡ଼ି ନଇଁପଡ଼ିଥିଲା। ଏତିକି ବେଳେ ଧରିଥିବା ପଥରରୁ ତା’ ହାତ ଖସି ଯିବାରୁ ସେ ସିଧା ତଳକୁ ଖସିପଡ଼ିଲା।

ପଡ଼ିଯିବା ପରେ କ’ଣ ହେଲା ମୁଁ ଜାଣେନି। ଖାଲି ଝାପ୍ସା ମନେଅଛି, କେହି ମତେ ଉଠାଇ ଗୋଟାଏ ଆମ୍ବୁଲାନ୍‌ସ୍‌ରେ ରଖିବା ପରେ ଗୋଟାଏ ହେଲିକପ୍ଟର୍‌କୁ ନେଲେ। ତା’ପରେ ବିମାନ ଯୋଗେ ଡାକ୍ତରଖାନା ଆଣିଲେ ବୋଲି ସେ କହିଛନ୍ତି।

ଏତେ ଉଚ୍ଚରୁ ପଡ଼ିଥିବାରୁ ୱିୟଟ୍‌ଙ୍କ ମେରୁଦଣ୍ଡର ୯ଟି କଶେରୁକା ଭାଙ୍ଗିଯାଇଛି, ପେଟରେ ଥିବା ପ୍ଲିହା ଫାଟି ଯାଇଛି, ହାତଟିଏ ଭାଙ୍ଗିଛି ଓ ଫୁସ୍‌ଫୁସ୍‌ ଦାବି ହୋଇ ଚେପା ହୋଇଯାଇଛି।