ନୂଆଦିଲ୍ଲୀ: ଗାଜା ଷ୍ଟ୍ରିପ୍ରେ ଇସ୍ରାଏଲ ସେନା ବିଶାଳ ସ୍ଥଳ ଅଭିଯାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି। ନାଗରିକଙ୍କୁ ଗାଜା ଷ୍ଟ୍ରିପ୍ ଛାଡ଼ିବାପାଇଁ ୨୪ ଘଣ୍ଟାର ସମୟ ଦେଇଥିବା ଇସ୍ରାଏଲ ସେନା ଆଜି ଗାଜାରେ ଅନେକ ହମାସ୍ ପୋଷ୍ଟ୍ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରାଇଛି। ସ୍ଥଳ କ୍ଷେତ୍ରରେ ଲଢ଼େଇ ଆରମ୍ଭ ହେବାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆଜି ହମାସ୍କୁ ପୁଣିଥରେ କଡ଼ା ଚେତାବନୀ ଦେଇଛନ୍ତି।
ତେବେ ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ଫସିଥିବା ଲୋକ ଉଦ୍ଧାର ହେବା ପରେ ନିଜନିଜର ଅନୁଭୂତି ବଖାଣିଛନ୍ତି। ତେବେ ହମାସ ଆତଙ୍କବାଦୀଙ୍କ କବଳରୁ ବର୍ତ୍ତି ଯାଇଥିବା ଜଣେ ୧୬ବର୍ଷର ବାଳିକା ନିଜର ଭୟାବହ ଅନୁଭୂତି ବାଖାଣିଛନ୍ତି।
୧୬ବର୍ଷୀୟ ଇସ୍ରାଏଲ ନାବାଳିକା ରେନାନା ବୋତଜର କହିଛନ୍ତି, ‘ମୁଁ ଓ ମୋର ପୂରା ପରିବାର ହମାସ ଆତଙ୍କବାଦୀଙ୍କ ଆକ୍ରମଣରୁ ବଞ୍ଚିବା ପାଇଁ ୧୬ଘଣ୍ଟା ଲୁଚି ରହିଥିଲୁ। ଏହି ସମୟରେ ଆତଙ୍କବାଦୀମାନେ ମୋ ସାଙ୍ଗ ଓ ପଡ଼ିଶାଲୋକଙ୍କୁ ହତ୍ୟା କରିଥିଲେ। ଗତ ଶନିବାର ସକାଳ ୬.୨୨ରେ ଆଲାରାମ ବାଜିବାରୁ ମୁଁ ଉଠି ପଡ଼ିଥିଲି। ଏହାପରେ ମୁଁ ଯେଉଁ ଭୟାବହ ପରିସ୍ଥିତି ଦେଖିଥିଲି ତାହା ଶବ୍ଦରେ ବଖାଣି ହେବନାହିଁ।
କାରଣ ସେତେବେଳକୁ ହମାସ ଆତଙ୍କବାଦୀମାନେ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଆମେ ସେମାନଙ୍କ ଆକ୍ରମଣରୁ ବଞ୍ଚିବା ପାଇଁ ଘରେ ଲୁଚି ଯାଇଥିଲୁ। ଏହି ସମୟରେ ଯଦି ଆତଙ୍କବାଦୀମାନେ ଘରକୁ ଭାଙ୍ଗି ଦେଇଥାଆନ୍ତେ ତେବେ ନିଶ୍ଚିତ ରୂପେ ସେମାନେ ଆମକୁ ହତ୍ୟା କରିଥାଆନ୍ତେ ନଚେତ ମୋତେ ଦୁଷ୍କର୍ମ କରି ଅପହରଣ କରି ନେଇଥାଆନ୍ତେ। ଆମେ ପ୍ରାୟ ୧୬ଘଣ୍ଟା ଲୁଚି ରହିବା ପରେ ଇସ୍ରାଏଲ ସୈନ୍ୟ ଆସି ଆମକୁ ଉଦ୍ଧାର କରିଥିଲେ। ବାହାରକୁ ଆସିବା ପରେ ଦେଖିଲୁ ଯେ ଚାରିଆଡେ କେବଳ ଧ୍ବଂସସ୍ତୂପ ଓ ଧୂଆଁରେ ଭର୍ତ୍ତି ହୋଇଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/10/c3de9303-f1b4-457c-b7e6-35b5d1adf1ec.jpg)