ଜିଇଏସ୍‌ରେ ଭାଗ ନେଇଥିବା ଏହି ୧୩ ବର୍ଷିଅ ଉଦ୍ୟୋଗପତି ସାଜିଛନ୍ତି ଆକର୍ଷଣର କେନ୍ଦ୍ର ବିନ୍ଦୁ

ହାଇଦ୍ରାବାଦ: ହାଇଦ୍ରାବାଦରେ ଆୟୋଜିତ ହେଉଥିବା ଦକ୍ଷିଣ ଏସିଆ ବିଶ୍ୱ ଉଦ୍ୟୋଗ ସମ୍ମିଳନୀ- ୨୦୧୭ (ଜିଇଏସ୍‌)ରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଅଷ୍ଟ୍ରେଲିଆର ୧୩ ବର୍ଷିଅ ବାଳକ ହମିସ୍‌ ଫିନ୍‌ଲାୟସନ୍‌। ସମ୍ମିଳନୀରେ ଭାଗ ନେଇଥିବା ଏହି ଯୁବ ଉଦ୍ୟୋଗପତି ଜଣକ ୫ଟି ଆପ୍‌ ବିକାଶ କରିଛନ୍ତି। ତାଙ୍କର ୬ ନମ୍ବର ଆପ୍‌ର କାର୍ଯ୍ୟ ଏବେ ବି ଚାଲୁ ରହିଛି।

ହମିସ କହିଛନ୍ତି, ‘ଲୋକମାନଙ୍କୁ ଆତ୍ମକେନ୍ଦ୍ରିକ କରାଇବା ଉଦେଶ୍ୟରେ ମୁଁ ଏହି  ଆପ୍‌ଗୁଡ଼ିକର ବିକାଶ କରୁଛି। ମୁଖ୍ୟତଃ ବିଭିନ୍ନ ଧରଣର ରୋଗୀମାନଙ୍କ ମଧ୍ୟରେ କେଉଁ ସମସ୍ୟା ରହିଛି ତାହା ଏହି ଆପ୍‌ ଜାଣିବାରେ ସମର୍ଥ ହେବ।’

ଏହି ୧୩ ବର୍ଷିଅ ବାଳକ ଅଷ୍ଟ୍ରେଲିଆର କୁଇନ୍‌ସଲାଣ୍ଡ୍‌ଠାରେ ଥିବା ଷ୍ଟାର୍ଟ-ଅପ୍ ମୁନ୍‌ସୁଟ୍‌ ଇଣ୍ଡଷ୍ଟ୍ରିଜ୍‌ ଗ୍ଲୋବାଲ ପ୍ରାଇଭେଟ୍‌ ଲିମିଟେଡ୍‌କୁ ପ୍ରତିନିଧିତ୍ୱ କରିଛନ୍ତିି। ସେ ପୂର୍ବରୁ ମଧ୍ୟ ଜିଇଏସ୍‌ରେ ଯୋଗ ଦେଇଥିଲେ। ଭବିଷ୍ୟତରେ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିବେ ବୋଲି ହମିସ୍‌ ପୂର୍ବରୁ ସ୍ଥିର କରିଥିଲେ।

ହମିସ୍‌ ଏ ସଂପର୍କରେ ଗଣମାଧ୍ୟମରେ ଜଣାଇଛନ୍ତି ଯେ ‘ଏହି ସମ୍ମିଳନୀରେ ମୁଁ ବହୁ ଲୋକଙ୍କ ସହ ଭେଟିବାର ଯୋଜନା ରଖିଛି, ସେମାନଙ୍କ ମଧ୍ୟରୁ ଭାଗୀଦାରୀଙ୍କୁ ଖୋଜିବି।’

ସେ ଆହୁରି ବି କହିଛନ୍ତି କି ସେ ବାହାର କରିଥିବା ଆପ୍‌ଗୁଡ଼ିକୁ ସମ୍ମିଳନୀରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ଦେଖାଇବାକୁ ଚାହାନ୍ତି ଏବଂ ସେମାନଙ୍କ ସାମଗ୍ରୀ ସଂପର୍କରେ ମଧ୍ୟ ଜାଣିବାକୁ ଚାହାନ୍ତି।

ବର୍ତ୍ତମାନ ସପ୍ତମ ଶ୍ରେଣୀର ଛାତ୍ର ହମିସ ତୃତୀୟ ଶ୍ରେଣୀରେ ପଢୁଥିବା ସମୟରେ ଏ କ୍ଷେତ୍ରରେ ମନୋନିବେଶ କରିଛନ୍ତି।

ସେ ଏହି କମ୍ପୁଟ୍ୟର ପ୍ରୋଗ୍ରାମିଂ(କୋଡିଂ) ଅଳ୍ପ କିଛି ପାଠ୍ୟ ପୁସ୍ତକୁରୁ ଓ ଅନେକ କିଛି ଇଣ୍ଟରନେଟ୍‌ରୁ ଶିଖିଛନ୍ତି ବୋଲି କହନ୍ତି।

ସମ୍ବନ୍ଧିତ ଖବର