ଇସଲାମାବାଦ: ଇସଲାମାବାଦର ଉତ୍ତର ପଶ୍ଚିମ ପାକିସ୍ତାନରେ ପାକିସ୍ତାନୀ ଏବଂ ଇଟାଲୀୟ ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ ୧୩୦୦ ବର୍ଷ ପୁରୁଣା ହିନ୍ଦୁ ମନ୍ଦିରକୁ ଖୋଜି ବାହାର କରିଛନ୍ତି। ଏହି ମନ୍ଦିର ସ୍ବାତ ଜିଲ୍ଲାର ଏକ ପର୍ବତରେ ରହିଛି। ଖନନ ସମୟରେ ଏହି ମନ୍ଦିର ଥିବା ସମ୍ପର୍କରେ ଜଣାପଡ଼ିଥିଲା ବୋଲି ପାକିସ୍ତାନର ପ୍ରତ୍ନତତ୍ତ୍ୱ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଏହି ମନ୍ଦିର ଭଗବାନ ବିଷ୍ଣୁଙ୍କର ରହିଛି। ମନ୍ଦିର ପାଖରେ ଏକ ପୁଷ୍କରଣୀ ରହିଥିବା ବି ଦେଖିବାକୁ ମିଳିଛି।
ପ୍ରତ୍ନତତ୍ତ୍ୱ ବିଭାଗର ଅଧିକାରୀ ଫଜଲେ ଖାଲିକ୍ କହିଛନ୍ତି ଯେ ଏହି ମନ୍ଦିର ୧୩୦୦ ବର୍ଷ ପୂର୍ବେ ନିର୍ମିତ ହୋଇଥିଲା। ୮୫୦ ରୁ ୧୦୨୬ଖ୍ରୀଷ୍ଟାବ୍ଦ ମଧ୍ୟରେ ହିନ୍ଦୁ ଶାହି ଏକ ହିନ୍ଦୁ ରାଜବଂଶ ଥିଲା। ଯେଉଁମାନେ କି କାବୁଲ ଉପତ୍ୟକା (ପୂର୍ବ ଆଫଗାନିସ୍ତାନ), ଗାନ୍ଧର (ଆଧୁନିକ ପାକିସ୍ତାନ) ଏବଂ ବର୍ତ୍ତମାନର ଉତ୍ତର-ପଶ୍ଚିମ ଭାରତରେ ଶାସନ କରୁଥିଲେ।
ମନ୍ଦିର ପାର୍ଶ୍ବରେ ଜଳ ପୁଷ୍କରଣୀକୁ ଦେଖି ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ ଅନୁମାନ କରିଛନ୍ତି କି, ବୋଧ ହୁଏ ଏହି ପୁଷ୍କରଣୀରେ ସ୍ନାନ କରିବା ପରେ ମନ୍ଦିର ଭିତରକୁ ଯିବାର ପ୍ରଥା ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/1605871690_pic-780x470-1.jpg)