୧,୩୩,୮୯୯ ଭାରତୀୟ ମଙ୍ଗଳ ଗ୍ରହକୁ ଯାତ୍ରା କରିବା ଲାଗି କିଣିଛନ୍ତି ଟିକେଟ୍ !

ମୁମ୍ବାଇ : ପୃଥିବୀରେ ରହିବାକୁ ଆଉ ଭଲ ଲାଗୁନାହିଁ । ଏଣିକି ମଙ୍ଗଳ ଗ୍ରହରେ ଘର କରି ରହିବାକୁ ମନ ବଳାଇଲେଣି ଭାରତୀୟ । ଲକ୍ଷାଧିକ ଲୋକ ଏଥିପାଇଁ ଆଗ୍ରହ ପ୍ରକାଶ କରି ଟିକେଟ ବି ବୁକ୍ କରିସାରିଲେଣି । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ହେଲେ ଏହା ସଂପୁର୍ଣ୍ଣ ସତ । ନାସାର ଇନସାଇଟ କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବିମାନ ଯାହା ଆସନ୍ତା ବର୍ଷ ମଙ୍ଗଳ ଅଭିମୁଖେ ଯାତ୍ରା କରିବ, ସେଥିରେ ଏହି ଲୋହିତ ଗ୍ରହକୁ ଯିବାକୁ ଭାରତୀୟ ମାନେ ଆଗ୍ରହ ଦେଖାଇଛନ୍ତି ।

ମଙ୍ଗଳ ଗ୍ରହକୁ ଯିବେ ଭାରତୀୟ । ପାଖାପାଖି ୧ଲକ୍ଷ ୩୮ ହଜାର ୮୯୯ ଭାରତୀୟ ମଙ୍ଗଳଗ୍ରହର ପରିଧି ଭିତରେ ରହିବେ । ସେମାନେ ଏହି ଲୋହିତ ଗ୍ରହକୁ ଯିବା ପାଇଁ ଏକ ବିମାନ ବୁକ କରିଛନ୍ତି । ମେ ୫, ୨୦୧୮ରେ ନାସା ତରଫରୁ ଯିବାକୁ ଥିବା ସ୍ୱତନ୍ତ୍ର ବିମାନରେ ଏମାନେ ଟିକେଟ ବୁକ କରିଛନ୍ତି । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଯେଉଁମାନେ ଆବେଦନ କରିଛନ୍ତି ସେମାନଙ୍କୁ ଅନଲାଇଇନ ମାଧ୍ୟମରେ ବୋର୍ଡିଂ ପାସ ପ୍ରଦାନ କରାଯାଇଥିବା ନାସା ପକ୍ଷରୁ କୁହାଯାଇଛି ।

NASA

ମଙ୍ଗଳଗ୍ରହ ମିଶନ ପାଇଁ ଅନେକ ଭାରତୀୟ ନାସା ପକ୍ଷରୁ କଲ ପାଇଛନ୍ତି । ଏଥିପାଇଁ ସମଗ୍ର ବିଶ୍ୱରୁ ୨କୋଟି ୪୨ଲକ୍ଷ ୯ହଜାର ୮୦୭ ଜଣ ଲୋକ ନାସାରେ ଆବେଦନ କରିଥିଲେ । ବୁଧବାର ନାସା ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ, ମଙ୍ଗଳକୁ ଯିବା ପାଇଁ ଆଗ୍ରହୀ ମାନଙ୍କ ମଧ୍ୟରେ ଭାରତର ସ୍ଥାନ ତୃତୀୟରେ ରହିଛି । ପ୍ରଥମରେ ଆମେରିକା, ଦ୍ୱିତୀୟରେ ଚୀନ ଓ ତୃତୀୟରେ ଭାରତ ରହିଛି । ଆମେରିକାରୁ ୬ଲକ୍ଷ ୭୬ ହଜାର ୭୭୩ ଓ ଚୀନରୁ ୨ ଲକ୍ଷ ୬୨ ହଜାର ୭୫୨ ଜଣ ଆବେଦନ କରିଛନ୍ତି । ନାସାର ଜେଟ ପ୍ରପୁଲସନ ଲାବୋରେଟାରୀର ଅଧିକାରୀ ଆଣ୍ଡ୍ର୍ୟି ଗୁଡ କହିଛନ୍ତି ଆବେଦନର ଶେଷ ତାରିଖ ଏଇ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ରହିଛି । ତାପରେ ଆଉ କୈାଣସି ଆବେଦନ ଗ୍ରହଣ କରାଯିବ ନାହିଁ ।

ଆମେରିକାରୁ ଅଧିକ ଲୋକ ଯାଉଛନ୍ତି, ଏହା ସ୍ୱାଭାବିକ ହେଲେ ଚାଇନା ପରେ ଭାରତରୁ ଏତେ ସଂଖ୍ୟକ ଲୋକ ମଙ୍ଗଳ ଗ୍ରହକୁ ଯିବା ପାଇଁ ଆଗ୍ରହ ପ୍ରକାଶ କରିବା ନିଶ୍ଚିତ ଭାବେ ଗୁରୁତ୍ୱ ବହନ କରୁଛି । ଦୁଇଟି କାରଣ ଯୋଗୁ ଭାରତ ବିଶ୍ୱର ପ୍ରଥମ ତିନୋଟି ଦେଶ ମଧରେ ରହିଛି । ପ୍ରଥମଟି ହେଲା ଆମେରିକା ଓ ଭାରତ ମିଳିତ ଭାବେ ମହାକାଶ ଉପରେ ଗବେଷଣା କରିବା ଓ ଦ୍ୱିତୀୟ କାରଣ ହେଲା ମିଶନ ମଙ୍ଗଳାୟନ ଅଭିଯାନକୁ ଅନ୍ୟ ରାଷ୍ଟ୍ର ତୁଳନାରେ ଅତି ଶସ୍ତାରେ ଭାରତ ହାସଲ କରିବାରେ ସମର୍ଥ ହୋଇଥିଲା ।

ସମ୍ବନ୍ଧିତ ଖବର