୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକିଦେଲେ ରାଜକୁମାର, ହୋଟେଲରେ ଭଡ଼ା ଦେଇ ରହୁଛନ୍ତି ରାଜା

ନୂଆଦିଲ୍ଲୀ: ଆଜିକା ଦିନରେ ନିଜର ଘରଖଣ୍ଡେ ତିଆରି କରିବା କାଠିକର ପାଠ ହୋଇଗଲାଣି । ଘର ନଥିବାରୁ ଅନେକ ଲୋକ ଶୀତ କାକରରେ ରାସ୍ତା କଡ଼ରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହେଉଛନ୍ତି । ଏପରି ସ୍ଥଳେ ଘର ନୁହେଁ ଏକ ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ଜଣେ ରାଜକୁମାର ମାତ୍ର ଭାରତୀୟ ମୁଦ୍ରା ୮୭ ଟଙ୍କାରେ ବିକିଦେବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ଖବରଟି ଶୁଣି ଆପଣ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ ।

ବର୍ଲିିନର ଜଣେ ରାଜକୁମାର ତାଙ୍କ ପିତା ଦେଇଥିବା ୧୩୫ କୋଠରି ବିଶିଷ୍ଟ ରାଜମହଲକୁ ମାତ୍ର ୮୭ ଟଙ୍କାରେ ବିକି ଦେଇଛନ୍ତି । ଏହି ଖବର ପାଇ ରାଜା ତାଙ୍କ ପୁଅଙ୍କ ନାମରେ ମାମଲା ଦାୟର କରିଥିବା ଜଣାପଡ଼ିଛି । ଜର୍ମାନ ସହରର ହନୋୱରର ରାଜା ଅର୍ନଷ୍ଟ ଅଗଷ୍ଟ ଜୁନିୟର ନିଜର ୧୩୫ କୋଠରି ବିଶିଷ୍ଟ ରାଜମହଲ ବିକିବା ଖବର ଏବେ ବେଶ୍ ଚର୍ଚ୍ଚିତ ହେବାରେ ଲାଗିଛି । ରାଜା ଅର୍ନଷ୍ଟ ଅଗଷ୍ଟ ‘ମ୍ୟାରିନବର୍ଗ’ ନାମକ ରାଜମହଲକୁ ୨୦୦୦ ମସିହାରେ ରାଜକୁମାର ଅର୍ନଷ୍ଟ ଅଗଷ୍ଟ ଜୁନିୟରଙ୍କୁ ହସ୍ତାନ୍ତର କରିଥିଲେ । ହେଲେ ୧୮ ବର୍ଷ ପରେ ଅର୍ଥାତ ୨୦୧୮ ମସିହାରେ ଅର୍ନଷ୍ଟ ଅଗଷ୍ଟ ଜୁନିୟର ଏହି ରାଜମହଲକୁ ବିକିବାକୁ ଘୋଷଣା କରିଥିଲେ । ହେଲେ ଏହି ମହଲକୁ ନେବାକୁ କେହି ଆଗ୍ରହ ପ୍ରକାଶ ନକରିବାରୁ ସେ ତାକୁ ମାତ୍ର ୮୭ ଟଙ୍କାରେ ବିକ୍ରି କରିଦେଇଛନ୍ତି । ଏ ନେଇ ସେ କହିଛନ୍ତି କି ଏହି ମହଲର ମରାମତି ପାଇଁ ୨୩ ମିଲିୟନ ପାଉଣ୍ଡର ଆବଶ୍ୟକତା ରହିଛି । ହେଲେ ଏତେ ଗୁଡିଏ ଟଙ୍କା ତାଙ୍କ ପାଖରେ ନ ଥିବାରୁ ସେ ଏହାକୁ ବାଧ୍ୟ ହୋଇ ବିକ୍ରି କରିଦେଇଛନ୍ତି ।

Image result for the-palace-was-sold-for-rs-87
Hayat

ଅନ୍ୟପଟେ ରାଜକୁମାରଙ୍କର ଏଭଳି କାମ ଦେଖି ଅଷ୍ଟ୍ରିଆର ରାଜା ଏବେ ରାଜକୁମାରଙ୍କ ନାମରେ ମାମଲା ଦାୟର କରିବା ସହ ଏକ ଲଜରେ ଭଡ଼ା ନେଇ ରହୁଛନ୍ତି । ରାଜା ଅଭିଯୋଗ କରିଛନ୍ତି କି ତାଙ୍କୁ ତାଙ୍କ ପୁଅମାନେ ଆର୍ଥିକ ସହାୟତା ଦେଉ ନାହାନ୍ତି । ସୂଚନା ଅନୁଯାୟୀ, ରାଜକୁମାର ଅର୍ନଷ୍ଟ ଅଗଷ୍ଟ ଜୁନିୟର ବ୍ରିଟେନର ରାଣି ଏଲିଜାବେଥଙ୍କର କକା ପୁଅ ଭାଇ ଅଟନ୍ତି ।

ସମ୍ବନ୍ଧିତ ଖବର