ଆଲିଗଡ଼ ମୁସଲିମ ୟୁନିଭର୍ସିଟିର ୧୪ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଆଲିଗଡ଼ : ଉତ୍ତରପ୍ରଦେଶର ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଛାତ୍ର ଅଶାନ୍ତି ଦେଖାଦେଇଛି । କ୍ୟାମ୍ପସରେ ଦେଶବିରୋଧୀ ସ୍ଲୋଗାନ ଯୋଗୁଁ ୧୪ ଜଣ ଛାତ୍ରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଲଗାଯାଇଛି । ଏମାନଙ୍କ ମଧ୍ୟରେ ଛାତ୍ର ସଂଘ ସଭାପତି ଅନ୍ତର୍ଭୁକ୍ତ ।
ଏହି ବିଶ୍ୱବିଦ୍ୟାଳୟକୁ ଏଆଇଏମଆଇଏମ ନେତା ଅସାଦୁଦ୍ଦିନ ଓେଓ୍ଵସୀଙ୍କ ଗସ୍ତକୁ ସ୍ଥାନୀୟ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟମାନେ ବିରୋଧ କରୁଥିବାରୁ ତାହାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ବିବାଦ ଦେଖାଦେଇଛି । ଅନ୍ୟପକ୍ଷରେ ଗତ ମଙ୍ଗଳବାରଦିନ ରିପବ୍ଲିକ ଟିଭିର ରିପୋର୍ଟର ଓ କ୍ୟାମେରାମ୍ୟାନଙ୍କ ସହ ଛାତ୍ରମାନଙ୍କ ବିବାଦ ହୋଇଥିଲା ।

ବିମାନ ଅନୁମତିରେ କ୍ୟାମ୍ପସ ମଧ୍ୟରେ ପ୍ରବେଶ କରି ରିପୋର୍ଟର ଫଟୋ ଉତ୍ତୋଳନ କରୁଥିବା ଅଭିଯୋଗ କରି ଛାତ୍ରମାନ ଅଭିଯୋଗ କରିଛନ୍ତି । ଏହାକୁ ନେଇ ବିବାଦ ସୃଷ୍ଟି ହେବା ପରେ ପୁଲିସ ଛାତ୍ରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହାର ବିରୋଧରେ ୟୁନିୟନ ପକ୍ଷରୁ ଶ୍ରେଣୀ ବର୍ଜନ କରାଯାଇଥିଲା । ଅନ୍ୟପକ୍ଷରେ ବିନା ଅନୁମତିରେ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିଥିବାରୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ରିପବ୍ଲିକ ବିରୋଧରେ ଅଭିଯୋଗ କରାଯାଇଛି ।

ସମ୍ବନ୍ଧିତ ଖବର