ସୋସିଆଲ ମିଡିଆରେ ତାଲିବାନ ସମର୍ଥନରେ ପୋଷ୍ଟ କରିଥିବା ୧୪ ଜଣଙ୍କୁ ଗିରଫ କଲା ପୁଲିସ

ଗୌହାଟୀ: ଭାରତରେ ଯେଉଁମାନେ ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନକୁ ସମର୍ଥନ କରୁଛନ୍ତି ପୁଲିସ ସେମାନଙ୍କ ଉପରେ ନଜର ରଖିଛି | ଆଉ ଆସାମରେ ସୋସିଆଲ ମିଡିଆରେ ତାଲିବାନକୁ ସମର୍ଥନ କରି ପୋଷ୍ଟ କରିଥିବା ୧୪ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଆଫଗାନିସ୍ତାନରେ ତାଲିବାନ ଶାସନକୁ ସମର୍ଥନ କରୁଥିବା ସୋସିଆଲ ମିଡିଆ ପୋଷ୍ଟ ଅଭିଯୋଗରେ ଆସାମର ୧୪ ଜଣଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତିରେ ଏମାନଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ନାମରେ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ଆଇଟି ଆକ୍ଟ ଏବଂ ସିଆରପିସିର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ କରାଯାଇଛି। ପୁଲିସ ଅଧିକାରୀ କହିଛନ୍ତି ଯେ ଉତ୍ତେଜନାମୂଳକ ପୋଷ୍ଟ ପାଇଁ ଆମେ ସଜାଗ ରହିଛୁ ଏବଂ ସୋସିଆଲ ମିଡିଆ ଉପରେ ନଜର ରଖାଯାଇଛି ।

ଆସାମର କାମରୁପ ମହାନଗର ନିଗମ, ବାରପେଟା, ଧୁବ୍ରି ଏବଂ କରିମଗଞ୍ଜ ଜିଲ୍ଲାରୁ ଦୁଇଜଣଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ଏଥି ସହିତ ଡାରଙ୍ଗ, କାଚର, ହାଇଲାକାଣ୍ଡି, ଦକ୍ଷିଣ ସଲମାରା, ଗୋଲପାରା ଏବଂ ହୋଜାଇ ଜିଲ୍ଲାରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର