ସୋସିଆଲ ମିଡିଆରେ ତାଲିବାନକୁ ସମର୍ଥନ କରି ଆସାମରେ ୧୪ ଗିରଫ

ଗୁଆହାଟୀ : ତାଲିବାନ ଦ୍ବାରା ଆଫଗାନିସ୍ତାନ ଅଧିକାର କରିବା ପରେ ଆଫଗାନ ଲୋକମାନେ ଭୟରେ ଭିନ୍ନ ଦେଶକୁ ପଳାଇଯାଉଛନ୍ତି । ତାଲିବାନ ଅତ୍ୟାଚାର ଭୟରେ ଲୋକମାନେ ବିପଦ ବରଣ କରି ନିଜ ଦେଶ ବାହାରକୁ ଚାଲିଯାଉଛନ୍ତି । ସମଗ୍ର ବିଶ୍ବ ଏହି ଘଟଣାକୁ ନେଇ ଚିନ୍ତିତ ଅଛି । କିନ୍ତୁ ଭାରତରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ତାଲିବାନର ଆଫଗାନିସ୍ତାନ ଅଧିକାରକୁ ସମର୍ଥନ କରୁଛନ୍ତି । ଆସାମରେ ଏହିପରି ୧୪ ଜଣ ଲୋକ ସୋସିଆଲ ମିଡିଆରେ ତାଲିବାନକୁ ସମର୍ଥନ କରି ଲେଖା ଲେଖି ଗିରଫ ହୋଇଛନ୍ତି । ଆସାମ ପୁଲିସ ସୂଚନା ପ୍ରଯୁକ୍ତି ଆଇନ ଓ ଭାରତୀୟ ଦଣ୍ଡବିଧି ସହିଂତା ଅଧିନରେ ସେମାନଙ୍କୁ ଗିରଫ କରିଛି ।  ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଏହି ଘଟଣାରେ ଚିନ୍ତା ପ୍ରକଟ କରିବା ସହ ବିନା ଭୟରେ ଦୋଷୀମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ସମାଜରେ ସାଂପ୍ରଦାୟିକ ସଦ୍ଭାବ ବଜାୟ ରଖିବାକୁ ସେ ଲୋକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର