ମୁମ୍ବାଇ: ଜେଲ୍ରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ବକପ୍ ବିଜୟୀ ପାକିସ୍ତାନ ଦଳର ଅଧିନାୟକ ଇମ୍ରାନ ଖାଁଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ବ କ୍ରିକେଟ୍ର ୧୪ ମହାନ ବ୍ୟକ୍ତିତ୍ବ ତଥା ପୂର୍ବତନ ଅଧିନାୟକ । ପାକିସ୍ତାନ ସରକାରଙ୍କୁ ପତ୍ର ଲେଖି ସେମାନେ ଇମ୍ରାନଙ୍କୁ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ପତ୍ର ଲେଖିଥିବା ପୂର୍ବତନ ଖେଳାଳିମାନଙ୍କ ମଧ୍ୟରେ ଭାରତର ସୁନୀଲ ଗାଭାସ୍କର ଓ କପିଳ ଦେବ ଅଛନ୍ତି।
ଏହି ପତ୍ରରେ ସ୍ବାକ୍ଷର କରିଥିବା ଅନ୍ୟ ପୂର୍ବତନ ଖେଳାଳିମାନେ ହେଲେ ଗ୍ରେଗ୍ ଚାପେଲ୍, ମାଇକେଲ୍ ଆଥର୍ଟନ, ଆଲାନ ବର୍ଡର,ନାସିର ହୁସେନ, ଇଆନ୍ ଚାପେଲ୍, ମାଇକେଲ୍ ବ୍ରିୟର୍ଲି, ଡେଭିଡ୍ ଗାଓ୍ବାର, ଜନ ରାଇଟ୍, ଷ୍ଟିଭ୍ ଓ୍ବ, କ୍ଲାଇଭ୍ ଲଏଡ୍। ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବେଲିଣ୍ଡା କ୍ଲାର୍କ। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ତାଲିକାରେ କୌଣସି ପାକିସ୍ତାନୀ କ୍ରିକେଟ୍ ଖେଳାଳି ନାହାନ୍ତି।
ନିଜ ପତ୍ରରେ ସେମାନେ ଇମ୍ରାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ହେଉଥିବା ଅବନତିକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ବିଶେଷକରି ତାଙ୍କର ଦୃଷ୍ଟିଶକ୍ତି ହ୍ରାସ ପାଇଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ବିଷୟ ଉଲ୍ଲେଖ କରାଯାଇଥିଲା। ତାଙ୍କୁ ତୁରନ୍ତ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁସାରେ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି। ପୁଣି ତାଙ୍କୁ ନିରପେକ୍ଷ ନ୍ୟାୟିକ ସେବା ମଧ୍ୟ ଯୋଗାଇଦେବାକୁ ଅନୁରୋଧ କରାଯାଇଛି।
ଆହୁରି ପଢ଼ନ୍ତୁ: ବର୍ଷା ବଦଳାଇଲା ବିଶ୍ବକପ୍ର ଗଣିତ: ଭାଗ୍ୟ ଦେଲା ଜିମ୍ବାୱେକୁ ‘ସୁପର-୮’ର ଟିକେଟ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/17/untitled-32jpg-2026-02-17-19-46-57.jpeg)