୧୨୫ କୋଟି ଟଙ୍କା ଠକେଇ: ‘ବିଏସ୍‌ଏଫ୍‌’ ଅଧିକାରୀଙ୍କ ପାଖରୁ ନଗଦ ୧୪ କୋଟି ଟଙ୍କା ଓ ୭ଟି ସୌଖୀନ୍‌ କାର୍‌ ଜବତ

ଗୁର୍‌ଗାଓଁ: ‘ଆଇପିଏସ୍‌’ ଅଧିକାରୀ ବୋଲି ପରିଚୟ ଦେଇ ଲୋକମାନଙ୍କ ଠାରୁ ୧୨୫ କୋଟି ଟଙ୍କା ଠକି ନେଇଥିବା ହରିୟାଣାର ଜଣେ ‘ବିଏସ୍‌ଏଫ୍‌ ଡେପୁଟି କମାଣ୍ଡାଣ୍ଟ୍‌’ଙ୍କୁ ଗିରଫ କରାଯାଇଛି।

ଗିରଫ ହୋଇଥିବା ‘ବର୍ଡର୍‌ ସିକ୍ୟୁରିଟି ଫୋର୍ସ ଅଫିସର୍‌’ ହେଉଛନ୍ତି ପ୍ରବୀଣ ଯାଦବ। ଗୁର୍‌ଗାଓଁ ଜିଲ୍ଲାର ମାନେଶ୍ବରସ୍ଥିତ ‘ନ୍ୟାସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡ ହେଡ୍‌କ୍ବାର୍ଟର୍ସ’ରେ ନିଯୁକ୍ତ ହୋଇଥିବା ପ୍ରବୀଣଙ୍କ ପାଖରୁ ନଗଦ ୧୪ କୋଟି ଟଙ୍କା, ୧ କ‌ୋଟି ଟଙ୍କାରୁ ଊର୍ଦ୍ଧ୍ବ ଅଳଙ୍କାର ଏବଂ ବିଏମ୍‌ଡବ୍ଲୁ, ଜିପ୍‌ ଏବଂ ମର୍ସିଡିଜ୍‌ ସମେତ ୭ଟି ସୌଖୀନ୍‌ କାର୍‌ ଜବତ କରାଯାଇଛି।

Image Courtesy of India Today

ଗୁର୍‌ଗାଓଁ ପୁଲିସ ତାଙ୍କ ପତ୍ନୀ ମମତା ଯାଦବ, ଭଉଣୀ ଋତୁ ଏବଂ ଜଣେ ସହଯୋଗୀଙ୍କୁ ଗିରଫ କରିଛି। ପୁଲିସ କହିଛି,‘ଆଇପିଏସ୍‌’ ଅଧିକାରୀ ବୋଲି ପରିଚୟ ଦେବା ସହ ‘ଏନ୍‌ଏସ୍‌ଜି କ୍ୟାମ୍ପସ୍‌’ରେ ନିର୍ମାଣ କଣ୍ଟ୍ରକ୍ଟ୍‌ କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇ ଯାଦବ ଲୋକମାନଙ୍କ ଠାରୁ କୋଟି କୋଟି ଟଙ୍କା ନେଇଥିଲେ। ଠକେଇ ଟଙ୍କା ସବୁକୁ ସେ ‘ଏନ୍‌ଏସ୍‌ଜି’ ନାଁରେ ଖୋଲା ଯାଇଥିବା ଜାଲ୍‌ ଆକାଉଣ୍ଟ୍‌କୁ ଟ୍ରାନ୍‌ସ୍‌ଫର୍‌ କରିଥିଲେ। ସେ ଆକାଉଣ୍ଟ୍‌ ଖୋଲିଥିଲେ ‘ଏକ୍ସିସ୍ ବ୍ୟାଙ୍କ୍‌’ର ମ୍ୟାନେଜର୍‌ ଥିବା ତାଙ୍କ ଭଉଣୀ ଋତୁ ଯାଦବ।

Image Courtesy of India Today

ଗୁର୍‌ଗାଓଁ ପୁଲିସର ଅପରାଧିକ ସହକାରୀ ପୁଲିସ କମିସନର୍‌ ପ୍ରୀତ୍‌ ପାଲ୍‌ ସିଂହ କହିଛନ୍ତି, ପ୍ରବୀଣ ଯାଦବ ଷ୍ଟକ୍‌ ମାର୍କେଟ୍‌ରେ ୬୦ ଲକ୍ଷ ଟଙ୍କା ହରାଇଥିଲେ। ତେଣୁ, ଲୋକଙ୍କୁ ଠକି ହରାଇଥିବା ପଇସା ପାଇବାକୁ ସେ ଏଭଳି ଯୋଜନା କରିଥିଲେ।

ପୁଲିସ କହିବା ଅନୁସାରେ, କିଛି ଦିନ ପୂର୍ବ ଯାଦବଙ୍କୁ ଅଗରତାଲାରେ ନିଯୁକ୍ତି ମିଳିଥିଲା, କିନ୍ତୁ ସେ ଚାକିରି ଛାଡ଼ି ଦେଲେ।

 

 

ସମ୍ବନ୍ଧିତ ଖବର