କୋଲକାତା: ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରବଳ ବର୍ଷା ଯୋଗୁ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଅଧିକାରୀମାନେ କହିଛନ୍ତି ଯେ ଏହି ବିପର୍ଯ୍ୟୟ ହିମାଳୟ ରାଜ୍ୟ ସିକିମକୁ ଯୋଗାଯୋଗ ବିଚ୍ଛିନ୍ନ କରିଛି।
ଦାର୍ଜିଲିଂରେ ଗତକାଲି ରାତିରେ ପ୍ରବଳ ବର୍ଷା ହୋଇ ମିରିକ ଏବଂ ସୁଖିଆ ପୋଖରୀ ଭଳି ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ଏହି ବିପର୍ଯ୍ୟାୟରେ ଆନକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଏବେ ବି ବିପଦ ମଧ୍ୟରେ ରହିଛନ୍ତି। ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଭୂସ୍ଖଳନ ଯୋଗୁ ପ୍ରମୁଖ ରାସ୍ତାଗୁଡ଼ିକ ଅବରୋଧ ହୋଇଛି। ବିଶେଷ କରି ପଶ୍ଚିମବଙ୍ଗରୁ ସିକିମ୍ ଓ ଦାର୍ଜିଲିଂରୁ ସିଲିଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ହୋଇଛି।
ଦୁର୍ଗାପୂଜା ପରେ କୋଲକାତା ଏବଂ ପଶ୍ଚିମବଙ୍ଗର ଅନ୍ୟାନ୍ୟ ଅଞ୍ଚଳରୁ ବହୁ ସଂଖ୍ୟକ ପର୍ଯ୍ୟଟକ ଦାର୍ଜିଲିଂ ଯାତ୍ରା କରନ୍ତି। ତେଣୁ ଅନେକ ପର୍ଯ୍ୟଟକ ଏହି ବିପର୍ଯ୍ୟୟରେ ଫସି ରହିଥିବାର ସମ୍ଭାବନା ରହିଛି।
କୌଣସି ଅପ୍ରୀତିକର ଘଟଣା ରୋକିବା ପାଇଁ, ଗୋର୍ଖାଲ୍ୟାଣ୍ଡ ଆଞ୍ଚଳିକ ପ୍ରଶାସନ ଦାର୍ଜିଲିଂରେ ଟାଇଗର ହିଲ୍ ଏବଂ ରକ୍ ଗାର୍ଡେନ୍ ସମେତ ପର୍ଯ୍ୟଟନ ସ୍ଥଳଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଟୟ ଟ୍ରେନ୍ ସେବା ମଧ୍ୟ ବନ୍ଦ କରାଯାଇଛି।
ସ୍ଥାନୀୟ କର୍ତ୍ତୃପକ୍ଷ ବାସିନ୍ଦା ଏବଂ ପର୍ଯ୍ୟଟକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେବା ସହ ଦାର୍ଜିଲିଂ ସାଂସଦ ରାଜୁ ବିଷ୍ଟ ପ୍ରବଳ ବର୍ଷା ଯୋଗୁ ହୋଇଥିବା ବ୍ୟାପକ କ୍ଷୟକ୍ଷତି ଉପରେ ଚିନ୍ତା ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/05/new-project-6-2025-10-05-12-22-12.jpg)