ତିରୁଅନନ୍ତପୁରମ: କେରଳର କୋଝିକୋଡ ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ରନୱେରେ ଦୁଇଖଣ୍ଡ ହୋଇଯିବା ପରେ ରିପୋର୍ଟ ଲେଖାଯିବା ବେଳକୁ ୨ ଜଣ ପାଇଲଟ୍ଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ୧୨୩ ଜଣ ଆହତ ହୋଇଥିବା ବେଳେ ଏଥିରୁ ୧୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି। ସମସ୍ତ ଆହତ ଓ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେରଳର ମଲାପୁରମ୍ ଏସ୍ପି ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ଏହି ସୂଚନା ଦେଇଛନ୍ତି।
14 dead, 123 injured and 15 seriously injured in Kozhikode plane crash incident at Karipur Airport: Malappuram SP to ANI. #Keralapic.twitter.com/QfFZxHDkVx
— ANI (@ANI) August 7, 2020
ବିମାନ ଦୁର୍ଘଟଣାରେ ପରେ ବିମାନରେ ୪ ଜଣ ଯାତ୍ରୀ ଫସି ରହିଥିବା ହେତୁ ସିଆଇଏସ୍ଏଫ୍ର ଯବାନମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଏନ୍ଡିଆରଏଫର ଯବାନମାନେ ଘଟଣାସ୍ଥଳକୁ ପହଞ୍ଚିଛନ୍ତି। ଦୁର୍ଘଟଣା ସମ୍ବେଦନଶୀଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ସହ କଥା ହୋଇଛନ୍ତି।
Pained by the plane accident in Kozhikode. My thoughts are with those who lost their loved ones. May the injured recover at the earliest. Spoke to Kerala CM regarding the situation. Authorities are at the spot, providing all assistance to the affected: PM Narendra Modi (File pic) pic.twitter.com/h18CVPEjGH
— ANI (@ANI) August 7, 2020
ସିଆଇଏସ୍ଏଫ୍ର ମହାନିର୍ଦ୍ଦେଶକ ରାଜେଶ ରଂଜନ ଗଣମାଧ୍ୟମକୁ ହେଲ୍ପଲାଇନ୍ ନମ୍ବର ଜାରି ନେଇ ସୂଚନା ଦେଇଛନ୍ତି। ଶ୍ରୀ ରଂଜନ କହିଛନ୍ତି, ଦୁର୍ଘଟଣା ପରେ ହେଲ୍ପଲାଇନ୍ ନମ୍ବର (୦୫୬୫୪୬୩୯୦୩, ୦୫୪୩୦୯୦୫୭୨, ୦୫୪୩୦୯୦୫୭୨, ୦୫୪୩୯୦୫୭୫) ଜାରି ହୋଇଛି। ସେ କହିଛନ୍ତି, ଆମର ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବିମାନ ଯାତ୍ରୀଙ୍କୁ ବାହାର କରିବା କାମରେ ଲାଗିପଡ଼ିଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଆରଏଫ୍ର ଏକ ଟିମ୍ କୋଝିକୋଡ ଅଭିମୁଖେ ବାହାରିଛନ୍ତି। ଏନ୍ଡିଆରଏଫ୍ର ଏହି ଟିମ୍ରେ ୫୦ ଜଣ ସଦସ୍ୟ ଅଛନ୍ତି।
ଡିଜିସିଏ ଅନୁସାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ AXB1344, ବୋଇଂ ୭୩୭ ଦୁବାଇରୁ କାଲିକଟ ଆସୁଥିଲା। ବିମାନରେ ୧୯୧ ଜଣ ଯାତ୍ରୀ ଥିଲେ। ପ୍ରବଳ ବର୍ଷା ଯୋଗୁଁ ବିମାନଟି ରନୱେରେ ଅବତରଣ କରିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନରେ କ୍ରୁ ସଦସ୍ୟଙ୍କ ସମେତ ୧୯୧ ଜଣ ଯାତ୍ରୀ ଥିଲେ। ଏଥିରେ ୧୦ ଜଣ ଶିଶୁ ମଧ୍ୟ ସାମିଲ ଥିଲେ।
ସୂଚନାଯୋଗ୍ୟ, ୧୯୧ ଜଣ ଯାତ୍ରୀଙ୍କୁ ନେଇ ଦୁବାଇରୁ ଆସିଥିବା ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ଶୁକ୍ରବାର ସନ୍ଧ୍ୟା ୭.୫୫ରେ କେରଳର କୋଝିକୋଡ଼ଠାରେ କ୍ରାସ୍ ଲ୍ୟାଣ୍ଡିଙ୍ଗ୍ କରିବାରୁ ଘଟଣାସ୍ଥଳରେ ପାଇଲଟ୍ଙ୍କର ମୃତ୍ୟୁ ଘଟିଥିଲା। ବିମାନ ରନୱେରୁ ଖସି ଯାଇଥିବା ଖବର ସୁନିଶ୍ଚିତ କରି ପୂର୍ବତନ କେନ୍ଦ୍ରମନ୍ତ୍ରୀ କେଜେ ଆଲ୍ଫୋନ୍ସ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, କେରଳରେ ଦ୍ଵିତୀୟ ଦୁଃଖଦ ଘଟଣା: କୋଝିକୋଡ଼ରେ ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍ ରନ୍େଓ୍ଵରୁ ଖସି ଯାଇ, ସମ୍ମୁଖ ଭାଗ ଦୁଇଗଡ଼ ହୋଇଯାଇଛି। ପାଇଲଟ୍ ମରିଛନ୍ତି ଓ ବହୁ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇଛିଯ ଯୋଗକୁ ବିମାନରେ ନିଆଁ ଲାଗିନାହିଁ।