ଶ୍ରୀଲଙ୍କା ନୌବାହିନୀ ଦ୍ବାରା ୧୪ ଭାରତୀୟ ମତ୍ସ୍ୟଜୀବୀ ଗିରଫ

କଲମ୍ବୋ: ଶ୍ରୀଲଙ୍କା ନୌବାହିନୀ ୧୪ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିବା ସହ ୩ଟି ଟ୍ରଲର ଜବତ କରିଛି। ଗିରଫ ହୋଇଥିବା ଭାରତୀୟ ମତ୍ସ୍ୟଜୀବୀମାନେ ଶ୍ରୀଲଙ୍କା ସୀମାରେ ପ୍ରବେଶ କରିବାରୁ ଶ୍ରୀଲଙ୍କା ନୌବାହିନୀ ସେମାନଙ୍କୁ କାବୁ କରିନେଇଥିଲା। ଏହି ଭାରତୀୟ ମତ୍ସ୍ୟଜୀବୀଙ୍କର ଡାକ୍ତରୀମାଇନା କରାଯିବା ପରେ ସେମାନଙ୍କୁ ଜାଫ୍‌ନାର ସହକାରୀ ମତ୍ସ୍ୟ ନିର୍ଦ୍ଦେଶକଙ୍କୁ ଜିମା ଦିଆଯାଇଛି।

ସମ୍ବନ୍ଧିତ ଖବର