ଜମ୍ମୁ: ଜମ୍ମୁ କାଶ୍ମୀରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୧୯ ଜଣ ଆହତ ହୋଇଛନ୍ତି। ଆଜି ସକାଳ ପ୍ରାୟ ୮.୩୫ ସମୟରେ ପୁଞ୍ଚ୍ ଜିଲ୍ଲାର ସଜିଅନ ନଲ୍ଲା ନିକଟରେ ଏକ ମିନି ବସ୍ ନିୟନ୍ତ୍ରଣ ହରାଇ ଖାଇକୁ ଖସି ପଡ଼ିବାରୁ ଘଟଣାସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ପୁଞ୍ଚ ଡିଆଇଜି ହସିବ ମୁଗଲ ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି। ଆହତଙ୍କ ମଧ୍ୟରୁ ୧୩ ଜଣଙ୍କ ଅବସ୍ଥା ଅତି ଗୁରୁତର ଅଛି ଏବଂ ସେମାନଙ୍କୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବସ୍ ଡ୍ରାଇଭର ବସ୍ ଉପରୁ ନିୟନ୍ତ୍ରଣ ହରାଇ ଦେବାରୁ ଦୁର୍ଘଟଣା ଘଟିଥିଲା। ଉପରାଜ୍ୟପାଳ ମନୋଜ ସିହ୍ନା ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ସେ ୫ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଉକ୍ତ ଘଟଣାରେ ଶୋକ ପ୍ରକାଶ କରିଛନ୍ତି।
ଜମ୍ମୁ କାଶ୍ମୀରରେ ଖାଇକୁ ଖସିଲା ବସ୍, ୧୧ ମୃତ
/sambad/media/post_attachments/wp-content/uploads/2022/09/sf5h46f5sh4f6h54fh56fhfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)