କରୋନା ମହାମାରୀ ପ୍ରଭାବ : ୧୫-୨୪ ବର୍ଷ ବର୍ଗର ୧୪% ଭାରତୀୟ ମାନସିକ ଅବସାଦଗ୍ରସ୍ତ : ୟୁନିସେଫ ରିପୋର୍ଟ

ନୂଆଦିଲ୍ଲୀ : ଗତ ଦୁଇବର୍ଷ ହେଲା ସାରା ବିଶ୍ବକୁ କବଳିତ କରି ରଖିଥିବା କରୋନା ମହାମାରୀ ଲୋକମାନଙ୍କ ମାନସିକ ଅବସ୍ଥାକୁ ଗୁରୁତରଭାବେ ପ୍ରଭାବିତ କରିଛି । ସବୁଠାରୁ ଅଧିକ ମାନସିକ ଆଘାତ ପାଇଛନ୍ତି କିଶୋର ଓ ଯୁବପୀଢି ।

ମାନସିକ ସ୍ବାସ୍ଥ୍ୟ ସମ୍ପର୍କରେ ୟୁନିସେଫ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ୧୫ରୁ ୨୪ ବର୍ଷ ବୟସ ଶ୍ରେଣୀରେ ଭାରତ ପ୍ରାୟ ୧୪ ପ୍ରତିଶତ ବା ପ୍ରତି ୭ ଜଣରେ ଜଣେ ମାନସିକ ଅବସାଦର ସମ୍ମୁଖୀନ ହେଉଛନ୍ତି । ସେହିପରି ଭାରତର ମାତ୍ର ୪୧ ପ୍ରତିଶତ ଯୁବପୀଢି ମାନସିକ ସ୍ବାସ୍ଥ୍ୟ ପାଇଁ ଡାକ୍ତରଙ୍କ ସହାୟତା ନେବାକୁ ପ୍ରସ୍ତୁତ ଅଛନ୍ତି ।

ଆଜି ଏହି ରିପୋର୍ଟକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିଆ ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଗୋଟିଏ ସୁସ୍ଥ ଶରୀରରେ ଏକ ସୁସ୍ଥ ମନ ରହିଥାଏ । କିନ୍ତୁ ଆଜିକାଲି ଆମ ସମାଜରେ ନ୍ୟୁକ୍ଲିଅସ ପରିବାର ଗୁଡ଼ିକ ବଢିବା ସହ ଲୋକମାନଙ୍କ ମାନସିକ ସ୍ଥିତି ପ୍ରଭାବିତ ହେଉଛି ।  ପିତାମାତାମାନେ ସନ୍ତାନମାନଙ୍କ ସହ ଅଧିକ ସମୟ ଦେଉନଥିବାରୁ ସେମାନଙ୍କ ମାନସିକ ଅବସ୍ଥା ପ୍ରଭାବିତ ହେଉଛି । ଏଣୁ ଆମକୁ ମାନସିକ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ ।

 

ସମ୍ବନ୍ଧିତ ଖବର