ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟରେ ୨୯ ନଭେମ୍ବର ୨୦୨୪ ସୁଦ୍ଧା ୧୪ଟି ବିଚାରପତି ପଦ ଖାଲି ପଡ଼ିଛି। ୩୩ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦରୁ ବର୍ତ୍ତମାନ ୧୯ ଜଣ କାର୍ଯ୍ୟ କରୁଛନ୍ତି। ଆଜି ଲୋକସଭାରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଦ୍ବାରା ଅଦାଲତଗୁଡ଼ିକରେ ବିଚାରପତିଙ୍କ ପଦ ଖାଲି ସଂପର୍କିତ ଲିଖିତ ଉତ୍ତରରୁ ଏହି ସୂଚନା ମିଳିଛି। ଓଡ଼ିଶା ହାଇକୋର୍ଟ ସମେତ ଦେଶର ୨୫ଟି ହାଇକୋର୍ଟରେ ୧୧୨୨ ମଂଜୁରୀପ୍ରାପ୍ତ ବିଚାରପତି ପଦରୁ ୭୫୮ ଜଣ କାର୍ଯ୍ୟରତ ଥିବାବେଳେ ୩୬୪ ପଦ ଖାଲିପଡ଼ିଛି। ଓଡ଼ିଶା ହାଇକୋର୍ଟରେ ୨୦୧୯ରେ ଗୋଟିଏ, ୨୦୨୦ରେ ଦୁଇଟି, ୨୦୨୧ରେ ଚାରିଟି, ୨୦୨୨ରେ ଛଅଟି ଓ ୨୦୨୩ରେ ଦୁଇ ଜଣ ବିଚାରପତିଙ୍କ ନିଯୁକ୍ତି ହୋଇଥିଲା। ଏଥି ସହିତ ଓଡ଼ିଶା ହାଇକୋର୍ଟରେ ୨୬ ନଭେମ୍ବର ୨୦୨୪ ସୁଦ୍ଧା ୧,୪୬,୯୯୮ଟି ମାମଲା ବିଚାରାଧୀନ ରହିଛି। ସେହିଭଳି ଓଡ଼ିଶାର ଜିଲ୍ଲା ଓ ଅଧସ୍ତନ ଅଦାଲତରେ ୧୯୯ ନ୍ୟାୟିକ ଅଧିକାରୀଙ୍କ ପଦ ଖାଲି ରହିଛି। ଓଡ଼ିଶାର ଜିଲ୍ଲା ଓ ଅଧସ୍ତନ ଅଦାଲତଗୁଡ଼ିକରେ ୧୦୪୧ ମଞ୍ଜୁରୀପ୍ରାପ୍ତ ନ୍ୟାୟିକ ଅଧିକାରୀଙ୍କ ମଧ୍ୟରୁ ୮୪୨ ଜଣ କାର୍ଯ୍ୟ କରୁଛନ୍ତି। ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୨୫,୭୨୫ ନ୍ୟାୟିକ ଅଧିକାରୀ ପଦରୁ ୫,୨୪୫ଟି ପଦ ଖାଲି ପଡ଼ିଛି। ଓଡ଼ିଶାର ଜିଲ୍ଲା ଓ ଅଧସ୍ତନ ଅଦାଲତଗୁଡ଼ିକରେ ୨୦୧୮ରେ ୧୫୬, ୨୦୧୯ରେ ୧୪୯, ୨୦୨୦ରେ ୧୯୪, ୨୦୨୧ରେ ୧୯୧, ୨୦୨୨ରେ ୨୩୪ ଓ ଡିସେମ୍ବର ୨୦୨୩ ସୁଦ୍ଧା ୨୦୫ ନ୍ୟାୟିକ ଅଧିକାରୀଙ୍କ ପଦ ଖାଲି ରହିଛି।
ଓଡ଼ିଶା ହାଇକୋର୍ଟରେ ୧୪ ବିଚାରପତି ପଦ ଖାଲି
ଓଡ଼ିଶା ହାଇକୋର୍ଟରେ ୨୯ ନଭେମ୍ବର ୨୦୨୪ ସୁଦ୍ଧା ୧୪ଟି ବିଚାରପତି ପଦ ଖାଲି ପଡ଼ିଛି। ୩୩ଟି ମଞ୍ଜୁରୀପ୍ରାପ୍ତ ବିଚାରପତି ପଦରୁ ବର୍ତ୍ତମାନ ୧୯ ଜଣ କାର୍ଯ୍ୟ କରୁଛନ୍ତି। ଆଜି ଲୋକସଭାରେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ