ମଧ୍ୟପ୍ରଦେଶ ରେୱାରେ ବସ୍‌ ଓଲଟି ୧୪ ମୃତ, ୩୫ ଆହତ

ରେୱା: ଶୁକ୍ରବାର ରାତିରେ ମଧ୍ୟପ୍ରଦେଶର ରେୱାରେ ଗୋଟାଏ ବସ୍‌ ଓଲଟି ପଡ଼ିବାରୁ ଅନ୍ୟୂନ ୧୪ଜଣଙ୍କର ମୃତ୍ୟୁ ଘଟିଛି ଓ ୩୫ଜଣ ଆହତ ହୋଇଛନ୍ତି। ଗତରାତି ପ୍ରାୟ ୧୧.୩୦ ମିନିଟ୍‌ରେ ୩୦ ନମ୍ବର ଜାତୀୟ ରାଜପଥରେ ଅଘଟଣ ଘଟିଥିବା ଜଣାପଡ଼ିଛି।

ପୁଲିସ କହିବା ଅନୁସାରେ, ଦୁର୍ଘଟଣା ବିଷୟରେ କେତେଜଣ ଯାତ୍ରୀଙ୍କ ନିକଟରୁ ସୂଚନା ପାଇଁ ସୋହାଗି ଥାନା ପୁଲିସ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ।

ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ପୁଲିସ ଭାଙ୍ଗିରୁଜି ଚେପା ହୋଇଯାଇଥିବା ବସ୍‌ରେ ଫସି ରହିଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ବସ୍‌ର କ୍ୟାବିନ୍‌ରେ ତିନିଚାରିଜଣ ଲୋକ ଫସି ରହିଥିଲେ ବୋଲି ପୁଲିସ କହିଛି।

Image Courtesy of India Today

ଚିକିତ୍ସା ନିମନ୍ତେ ଆମ୍ବୁଲାନ୍‌ସ୍‌ ମଗାଇ ଆହତମାନଙ୍କୁ ତେଓନ୍ଥାର୍‌ ସିଭିଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ଦୀପାବଳି ପାଳନ ନିମନ୍ତେ ଯାତ୍ରୀମାନେ ନିଜ ନିଜର ଘରକୁ ଯାଉଥିଲେ ବୋଲି ପୁଲିସ କହିଛି।

ଜିଲ୍ଲାପାଳ କହିଛନ୍ତି, ରାତି ପ୍ରାୟ ୧୧ଟା ବେଳେ ଦୁର୍ଘଟଣା ଘଟିଛି। ଉତ୍ତର ପ୍ରଦେଶରୁ ବାହାରିଥିବା ଉକ୍ତ ଯାତ୍ରୀଭରା ବସ୍‌ଟି ଜବଲପୁରରୁ ରେୱା ବାଟ ଦେଇ ପ୍ରୟାଗରାଜ ଅଭିମୁଖେ ଯାଉଥିବା ଥିବା ବେଳେ ପାହାଡ଼ୀ ରାସ୍ତାରେ ଓଲଟି ପଡ଼ିଲା।

ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି ବୋଲି ସେ କହିଛନ୍ତି।

ଅନ୍ୟ ଏକ ରିପୋର୍ଟ ଅନୁସାରେ, ଶ୍ରମଜୀବୀମାନେ ଯାତ୍ରା କରୁଥିବା ଉକ୍ତ ବସ୍‌ଟି ହାଇଦ୍ରାବାଦରୁ ଗୋରଖପୁର ଅଭିମୁଖେ ଯାତ୍ରା କରୁଥିଲା। ଶୁକ୍ରବାର ରାତି ପ୍ରାୟ ୧୧.୩୦ରେ ପାହାଡ଼ ତଳ ଆଡ଼କୁ ଯାଉଥିବା ବେଳେ ସୁହାଗି ନିକଟରେ ଗୋଟାଏ ଟ୍ରଲି ଟ୍ରକ୍‌ରେ ଧକ୍କାଖାଇ ଦୁର୍ଘଟଣାଗ୍ରସ୍ତ ‌ହୋଇଥିଲା। ଏହି ଦୁର୍ଘଟଣାରେ ୧୫ଜଣଙ୍କର ମୃତ୍ୟୁ ଘଟିଛି ଓ ୪୦ଜଣ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର